ଖୋର୍ଦ୍ଧାରେ ଓଡ଼ିଶା ବନ୍ଦ ସଫଳ
ଖୋର୍ଦ୍ଧା, ୦୮ ଅକ୍ଟୋବର(ହି.ସ.) – ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର, ଏସ୍ଆଇଆର୍ ପ୍ରସଙ୍ଗ, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଆଦି ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ସହରରେ ଇଣ୍ଡି ମେଂଟ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସହରରେ ଓଡ଼ିଶା ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ କରିବା ସହ ବିଭିନ
ବସ


ବନ୍ଦ


Odisha


ଖୋର୍ଦ୍ଧା, ୦୮ ଅକ୍ଟୋବର(ହି.ସ.) – ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର, ଏସ୍ଆଇଆର୍ ପ୍ରସଙ୍ଗ, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଆଦି ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ସହରରେ ଇଣ୍ଡି ମେଂଟ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସହରରେ ଓଡ଼ିଶା ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ଛକ ମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବନ୍ଦ ଫଳରେ ରାସ୍ତାଘାଟରେ ମଧ୍ୟ ଯାତାୟାତ ପ୍ରଭାବିତ ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଇଣ୍ଡି ବ୍ଲକ୍ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ସମର୍ଥକମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଇବା ସହ ଯାତାୟାତ ଉପରେ ପ୍ରଭାବ ପକାଇଛନ୍ତି। ଏପରିକି ବ୍ୟାଙ୍କ, କାର୍ଯ୍ୟାଳୟ ଆଦିକୁ ମଧ୍ୟ ବନ୍ଦ କରିଛନ୍ତି। ସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande