
ଗଂଜାମ, 08 ଅକ୍ଟୋବର (ହି.ସ.) ଖଲିକୋଟ ଥାନା ଲୋଚାପଡା ଗାଁ ରେ ଗତକାଲି ମଧ୍ୟ ରାତିରେ ଜଣଙ୍କ ଘରର ଗ୍ରିଲ କବାଟ ଭାଙ୍ଗି ଘରୁ ୫ତୋଳା ସୁନା ଗହଣା ସହ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି। ପରିଵାର ଲୋକେ ଘରେ ଶୋଇଥିଲେ ମଧ୍ୟ ଚୋର କିମ୍ବା ଚୋରିର ଟେର୍ ପାଇନଥିଲେ। ସକାଳେ ଘରଲୋକେ ଏହା ଜାଣିବା ପରେ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି। ଏତତ୍ ବ୍ୟତୀତ ଏହି ଗାଁ ରେ ଚୋରମାନେ ଆହୁରି ୫ଟି ଘରେ ଚୋର ମାନେ ଚୋରି ଉଦ୍ୟମ କରିଥିବା ଜଣାପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ