ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : କୋରାପୁଟ ଜିଲ୍ଲାର ନନ୍ଦପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୮ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ନନ୍ଦପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : କୋରାପୁଟ ଜିଲ୍ଲାର ନନ୍ଦପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୮ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ନନ୍ଦପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୪୮.୦ ମି.ମି., ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୪୦.୦ ମି.ମି., କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ୩୪.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ୩୨.୬ ମି.ମି., ବାଲେଶ୍ୱର ଜିଲ୍ଲାର ଖଇରାରେ ୩୧.୦ ମି.ମି., ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୩୦.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୨୭.୦ ମି.ମି., ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୨୫.୭ ମି.ମି., ସୋନପୁର ଜିଲ୍ଲାର ତରଭାରେ ୨୧.୮ ମି.ମି., ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ୨୧.୨ ମି.ମି., ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ ୨୦.୮ ଏବଂ ବାଲେଶ୍ୱର ଜିଲ୍ଲାର ଔପଦାରେ ୨୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande