
କେନ୍ଦୁଝର, ୦୮ ଅକ୍ଟୋବର(ହି.ସ.) – ଓଡ଼ିଶା ବନ୍ଦ ଡାକରାର କେନ୍ଦୁଝର ଜିଲ୍ଲାରେ ପ୍ରଭାବ ଶୂନ୍ୟ ଦେଖିବାକୁ ମିଳିଛି। କଂଗ୍ରେସ ଓ ଇଣ୍ଡିଆ ମେଂଟର କିଛି କର୍ମୀ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ପାଇଁ ରାସ୍ତାକୁ ଓହ୍ଲାଇଥିବାବେଳେ, ଯାନବାହନ ଚଳାଚଳ ଉପରେ ବିଶେଷ ପ୍ରଭାବ ପଡ଼ିନାହିଁ। ତେବେ ଦୋକାନ ବଜାର, ବ୍ୟାଙ୍କ ଓ କିଛି କାର୍ଯ୍ୟାଳୟ ବନ୍ଦ ରହିଛି।
ଓଡ଼ିଶା ବନ୍ଦ ଡାକରାକୁ ନେଇ କେନ୍ଦୁଝରରେ ମିଶ୍ରିତ ପ୍ରତିକ୍ରିୟା। ସହରର କିଛି ଅଂଚଳରେ କଂଗ୍ରେସ ଓ ଇଣ୍ଡିଆ ମେଂଟର କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଥିବା ଦେଖାଯାଇଛି। ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସହ ବ୍ୟାଙ୍କ ଓ କିଛି ଅଫିସ ବନ୍ଦ ରହିଛି।
ହେଲେ ବନ୍ଦର ପ୍ରଭାବ ସତ୍ୱେ ସଡ଼କରେ ଯାତାୟାତ ସ୍ୱାଭାବିକ ରହିଛି। ବାଇକ୍ ସହ ଚାରିଚକିଆ ଯାନ ଚଳାଚଳ ଜାରି ରହିଛି। ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତରେ ବଡ଼ଧରଣର ବାଧା ସୃଷ୍ଟି ହୋଇନାହିଁ।
ବନ୍ଦକୁ ନେଇ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି। ତେବେ ଏପର୍ଯ୍ୟନ୍ତ କେନ୍ଦୁଝରରେ ବନ୍ଦର ବ୍ୟାପକ ପ୍ରଭାବ ପରିଲକ୍ଷିତ ହୋଇନାହିଁ।
କେନ୍ଦୁଝରରେ ବନ୍ଦ ସମର୍ଥକଙ୍କ ପିକେଟିଂ ଚାଲିଥିଲେ ମଧ୍ୟ ଯାନବାହନ ଚଳାଚଳ ପ୍ରାୟ ସ୍ୱାଭାବିକ ରହିଛି। ତେବେ ଦୋକାନ ବଜାର, ବ୍ୟାଙ୍କ ଓ କିଛି କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖାଯାଇଛି। ପ୍ରକାଶ ଯେ ଗତକାଲି କଂଗ୍ରେସ୍ ଓ ଇଣ୍ଡିଆ ମେଂଟ ପକ୍ଷରୁ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ପ୍ରତିବାଦ ସଭା କରାଯାଇଥିଲେ ହେଁ ଆଜି ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଶୂନ୍ୟ ନେଇ ଚର୍ଚ୍ଚାର ବିଷୟ ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA