ଓଡ଼ିଶାରେ କଂଗ୍ରେସ ବନ୍ଦ ଡାକରା ସଫଳ- ଭକ୍ତ ଦାସ
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ)- ଚାରିଗୋଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଂଟ ପକ୍ଷରୁ ଓଡିଶା ବନ୍ଦ ଡାକରା ସଫଳ ହୋଇଛି ବୋଲି ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଶ୍ରୀ ଦାସ କହିଥିଲେ ଯେ, ଓଡିଶା ବନ୍ଦ ବ୍ୟାପକ ଜନସମର୍ଥନ ଯୋଗୁ ସଫଳ ହୋଇଛି। ଆମେ ବହୁ ପୂର୍ବରୁ ଲୋକଙ୍କୁ ଅବଗତ କ
Bhakta Charan Das (File Photo)


ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ)- ଚାରିଗୋଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଂଟ ପକ୍ଷରୁ ଓଡିଶା ବନ୍ଦ ଡାକରା ସଫଳ ହୋଇଛି ବୋଲି ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଶ୍ରୀ ଦାସ କହିଥିଲେ ଯେ, ଓଡିଶା ବନ୍ଦ ବ୍ୟାପକ ଜନସମର୍ଥନ ଯୋଗୁ ସଫଳ ହୋଇଛି। ଆମେ ବହୁ ପୂର୍ବରୁ ଲୋକଙ୍କୁ ଅବଗତ କରାଇଥିଲୁ। ଜିଲ୍ଲାରୁ ପଂଚାୟତ ପର୍ଯ୍ୟନ୍ତ ଆମେ ବନ୍ଦ ପାଇଁ ଅପିଲ କରିଥିଲୁ। ତେଣୁ ଏହାର ବିଶେଷ ପ୍ରଭାବ ପଡ଼ିଛି।

ଆମେ ଏମ୍ଏମ୍ଡିଆର୍ ଆକ୍ଟ ପ୍ରତ୍ୟାହାର, ବନ୍ୟା ବିର୍ତି ନିୟନ୍ତ୍ରଣରେ ବିଫଳତା, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ନେଇ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲୁ। ଆମର ସମସ୍ତ ଦାବି ଲୋକଙ୍କ ମନକୁ ଛୁଇଁଛି। ବିଭିନ୍ନ ଜିଲ୍ଲା ଓ ଗ୍ରାମାଂଚଳରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି। କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ଦିଲ୍ଲୀରେ ପୁଲିସର ଅମାନବୀୟ ଆଚରଣ ଯୋଗୁଁ ଆଜିର ଦିନଟିକୁ ରାଜ୍ୟବ୍ୟାପୀ ମଧ୍ୟ ‘କଳାଦିବସ’ ଭାବେ ପାଳନ କରାଯାଇଥିବା ନେଇ ଶ୍ରୀ ଦାସ ସୂଚନା ଦେଇଥିଲେ।

ସେ କହିଥିଲେ, ଆଗକୁ ଆହୁରି ବ୍ୟାପକ ଆନ୍ଦୋଳନ ହେବ। ମନ୍ତ୍ରୀମାନଙ୍କୁ ଘେରାଉ କରାଯିବ। ଯଦି ସେମାନେ ଗଣତନ୍ତ୍ରକୁ ସମ୍ମାନ କରିବେ ନାହିଁ, ଲୋକେ କିପରି ବିରୋଧ କରିବେ, ତାହା ଆମେ ଜାଣିଛୁ।

ବିଜେଡି ମାନସିକ ସମର୍ଥନ କରୁଛି ବୋଲି ସେମାନେ ଘୋଷଣା କରିଛନ୍ତି। ଭବିଷ୍ୟତରେ ସେମାନେ ଆନ୍ଦୋଳନ କରିବେ, ସେତେବେଳେ ଆମେ ଆମର ପକ୍ଷ ରଖିବୁ। କିନ୍ତୁ ତାଙ୍କ ଭଳି ୟୁ-ଟର୍ନ ନେବୁ ନାହିଁ ବୋଲି ଦୃଢତାର ସହିତ ଶ୍ରୀ ଦାସ ପ୍ରକାଶ କରିବା ସହ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ ଆଜିର ଏହି ଐତିହାସିକ ବନ୍ଦର ସଫଳତା ପାଇଁ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande