ତେଲେଙ୍ଗାନା ନମ୍ବର ଅଟୋରୁ ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ
ମାଲକାନଗିରି, ୮ ଅକ୍ଟୋବର (ହି.ସ.)- ଗଞ୍ଜେଇ ଚୋରାଚାଲାଣ ବିରୋଧରେ କାଲିମେଳା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ସମୟ ଧରି ପିଛା କରିବା ପରେ ଜାତୀୟ ରାଜପଥ ନମ୍ବର ୩୨୬ର ଏମ.ଭି. ୯୦ ଗ୍ରାମ ନିକଟରୁ ଏକ ତେଲେଙ୍ଗାନା ନମ୍ବର ବିଶିଷ୍ଟ ଅଟୋକୁ ଅଟକାଇ ପୋଲିସ ୨୨ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ମୋ
କାଲିମେଳା ପୋଲିସ ପକ୍ଷରୁ ତେଲେଙ୍ଗାନା ନମ୍ବର ଅଟୋରୁ ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ


ମାଲକାନଗିରି, ୮ ଅକ୍ଟୋବର (ହି.ସ.)- ଗଞ୍ଜେଇ ଚୋରାଚାଲାଣ ବିରୋଧରେ କାଲିମେଳା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ସମୟ ଧରି ପିଛା କରିବା ପରେ ଜାତୀୟ ରାଜପଥ ନମ୍ବର ୩୨୬ର ଏମ.ଭି. ୯୦ ଗ୍ରାମ ନିକଟରୁ ଏକ ତେଲେଙ୍ଗାନା ନମ୍ବର ବିଶିଷ୍ଟ ଅଟୋକୁ ଅଟକାଇ ପୋଲିସ ୨୨ କେଜି ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡ଼ା ଗ୍ରାମର ଚେନ୍ଦ୍ର ସାଲବାମ (୪୫) ଏବଂ ମେଟାଗୁଡ଼ା ଗ୍ରାମର ରାମମୂର୍ତ୍ତି ସାଲବାମ (୨୧)ଙ୍କୁ ପୋଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ଏକ ଟିଏସ୨୮ଟି -୨୦୦୨ ନମ୍ବର ଅଟୋ, ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି। ଘଟଣା ସମ୍ପର୍କରେ କାଲିମେଳା ଥାନା କେସ୍ ନଂ ୨୪୬/୨୦୨୬, ଧାରା ୨୦(ବି )(ଆଇ ଆଇ )ସି /୨୯ ଏନ ଡି ପି ଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ ଓ ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ କହିଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande