ସମ୍ବଲପୁର ଜିଲ୍ଲାରେ ଯୋଶ୍ ଟିମର ଶୁଭାରମ୍ଭ
ସମ୍ବଲପୁର ଜିଲ୍ଲାରେ ଯୋଶ୍ ଟିମ୍ର ଶୁଭାରମ୍ଭ
ସମ୍ବଲପୁର ଜିଲ୍ଲାରେ ଯୋଶ୍  ଟିମ୍ର ଶୁଭାରମ୍ଭ


ସମ୍ବଲପୁର, ୦୮, ଅକ୍ଟୋବର (ହି.ସ.) - ଟିବି ମୁକ୍ତ ଭାରତ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାରେ ଯୋଶ୍ ଟିମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ସିଡିଏମ ଡା. ନୀଳମାଧବ ଶତପଥୀ, ଏଡିପିଏଚ୍ଓ ଡା. ଚୂଳବତୀ ସାହୁ,ଏଡିପିଏଚ୍ଓ (କୁଷ୍ଠ ) ଡା. ପ୍ରମୋଦ ଚନ୍ଦ୍ର ବିଶ୍ୱାଳ, ଏଡିପିଏଚ୍ଓ ଯକ୍ଷ୍ମା ଡା. ସଞ୍ଜୀବ କୁମାର ତିରିଆ, ଡିପିଏମ ମୃତ୍ୟୁଞ୍ଜୟ ମୁଣ୍ଡ, ଡିପିସି କଲ୍ୟାଣୀ ବାରିକ ଏବଂ ଏନସିସି ମେଜର ସୁଖଦେବ ସିଂହଙ୍କ ସମେତ ଯୋଶ୍ ଟିମ୍ର ସଦସ୍ୟ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଯକ୍ଷ୍ମା ବିଜେତା ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଯୋଶ୍ ଟିମର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁବଶକ୍ତି ଓ ସମୁଦାୟର ସକ୍ରିୟ ସହଭାଗିତା ମାଧ୍ୟମରେ ଯକ୍ଷ୍ମା ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ରୋଗ ଚିହ୍ନଟ ଓ ପ୍ରତିରୋଧମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଜନସାଧାରଣଙ୍କୁ ସାମିଲ କରିବା । ପ୍ରତ୍ୟେକ ଯୋଶ୍ ଟିମରେ ୧୦ ଜଣ ସଦସ୍ୟ ରହିବେ, ଯେଉଁଥିରେ ୫ ଜଣ ମାଇଁ ଭାରତ ସ୍ୱେଛାସେବୀ ଏବଂ ୫ ଜଣ ଏନସିସି କ୍ୟାଡେଟସ୍ ରହିବେ। ପ୍ରତ୍ୟେକ ଟିମକୁ ଜଣେ ନିର୍ଦ୍ଧାରିତ ପ୍ରଥମ ଶ୍ରେଣୀ ନୋଡାଲ ଅଧିକାରୀ ନେତୃତ୍ୱ ପ୍ରଦାନ କରିବେ। ଏହି ଟିମ୍ଗୁଡ଼ିକ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନତା ସୃଷ୍ଟି, ସକ୍ରିୟ ଯକ୍ଷ୍ମା ରୋଗ ଚିହ୍ନଟ ଏବଂ ସମୁଦାୟ ସ୍ତରରେ ଯକ୍ଷ୍ମା ବିରୋଧୀ କାର?୍ୟ୍ୟକଳାପକୁ ଆହୁରି ଗତିଶୀଳ କରିବେ।

କାର୍ଯ୍ୟକ୍ରମରେ ଯକ୍ଷ୍ମା ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଯକ୍ଷ୍ମା ସହିତ ଲଢ଼ି ସୁସ୍ଥ ହୋଇଥିବା ଏହି ବିଜେତାମାନେ ନିଜ ଅନୁଭବ ମାଧ୍ୟମରେ ସମାଜକୁ ପ୍ରେରଣା ଦେବା ସହ ଟିବି ବିରୋଧୀ ଅଭିଯାନକୁ ଆହୁରି ଶକ୍ତିଶାଳୀ କରୁଛନ୍ତି। ଏହି ଅବସରରେ ସମସ୍ତେ ଏକ ସ୍ୱରରେ ସଙ୍କଳ୍ପ ନେଇଥିଲେ ଯୁବଶକ୍ତିର ଯୋଶ୍ ,ଯକ୍ଷ୍ମା ମୁକ୍ତ ଭାରତର ଆଶା' ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande