
ରାଇରଙ୍ଗପୁର, ୮ ଅକ୍ଟୋବର (ହି.ସ.)- ସେବା ସଂକଳ୍ପ ଅଭିଯାନ କ୍ରମରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ନେଇ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଉକ୍ତ ପ୍ରତିଯୋଗିତା ରାଇରଙ୍ଗପୁର ମହୁଲଡିହା ସ୍ଥିତ ସରକାରୀ ଏସ ଏସ ଡି ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟ ଠାରେ ତା.୧୩-୧୦-୨୦୨୬ ରିଖ ଦିବା ୧୧ଟା ସମୟରେ ଅନୁଷ୍ଠିତ ହେବ।
ପ୍ରତିଯୋଗିତାର ନିୟମାବଳୀ ଅନୁଯାୟୀ
(୧)ପ୍ରତିଯୋଗୀ ବାମନଘାଟୀ ଉପଖଣ୍ଡ ଅଧିନରେ ଅଷ୍ଟମ ଶ୍ରେଣୀ ରୁ ଦଶମ ଶ୍ରେଣୀ ମଧ୍ୟରେ ଛାତ୍ର କିମ୍ବା ଛାତ୍ରୀ ଭାବେ ଅଧ୍ୟୟନରତଥିବା ଆବଶ୍ୟକ।(୨)ପ୍ରତ୍ୟେକ ପ୍ରତିଯୋଗିତାରେ ଗୋଟିଏ ବିଦ୍ୟାଳୟର ଜଣେ ଲେଖାଏଁ ଛାତ୍ର କିମ୍ୱା ଛାତ୍ରୀ ଅଂଶ ଗ୍ରହଣ କରିପାରିବେ (୩) ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଦ୍ୟାଳୟର ମୁଖ୍ୟମାନେ ନିଜ ଅନୁଷ୍ଠାନରେ ଅଧ୍ୟୟନରତ ୨ ଜଣ ବିଦ୍ୟାର୍ଥୀଙ୍କୁ ଚୟନ କରି ସେମାନଙ୍କ ନିକଟକୁ ପ୍ରେରିତ ହୋଇଥିବା ନିର୍ଦ୍ଧାରିତ ଆବେଦନ ଫର୍ମରେ ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ପୃଥକ ପୃଥକ ଭାବେ ୨ଗୋଟି ଫର୍ମରେ ଅନୁଷ୍ଠାନର ଉକ୍ତ ୨ଜଣ ବିଦ୍ୟାର୍ଥୀଙ୍କ ନାମ ସପକ୍ଷରେ ଫର୍ମ ପୂରଣକରି ଏହାକୁ ତା'ଙ୍କ ନିଜ ସ୍ଵାକ୍ଷର ଓ କାର୍ଯ୍ୟାଳୟ ମୋହର ଲଗାଇ ଫର୍ମଟିକୁ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ରାଇରଙ୍ଗପୁର କାର୍ଯ୍ୟାଳୟକୁ ଇ ମେଲ ଆଇ ଡି addlrto_rairangpur@yahoo.co.in
ଜରିଆରେ ତା ୧୨-୧୦-୨୦୨୬ ରିଖ ସୁଦ୍ଧା ପ୍ରେରଣ କରିବେ।
(୪)ବିଦ୍ୟାଳୟ ମୁଖ୍ୟ ତା'ଙ୍କ ବିଦ୍ୟାଳୟର କେବଳ ୨ଜଣ ବିଦ୍ୟାର୍ଥୀଙ୍କ ନାମ ପ୍ରତିଯୋଗିତା ପାଇଁ ସୁପାରିଶ କରିବେ।
(୫)ପ୍ରତିଯୋଗିତାର ବିଷୟ ବସ୍ତୁ ଉକ୍ତ ଦିନ ପ୍ରତିଯୋଗିତା ସ୍ଥାନରେ ସୂଚୀତ କରାଯିବ। (୬)ପ୍ରତିଯୋଗୀଙ୍କୁ ଡ୍ରଇଂ ସିଟ୍ ଆୟୋଜକଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମ ଓ ସାମଗ୍ରୀ ପ୍ରତିଯୋଗୀ ମାନେ ନିଜ ସାଙ୍ଗରେ ଧରି ଆସିବେ। (୭)ପ୍ରତିଯୋଗୀ ମାନେ ୧୩-୧୦-୨୦୨୬ ରିଖ ପୂର୍ବାହ୍ନ ୧୦ ଘଟିକା ସୁଦ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ସ୍ଥାନରେ ନିଜ ନିଜର ଉପସ୍ଥିତି ସୁନିଶ୍ଚିତ କରିବେ।
ଆବଶ୍ୟକ ସ୍ଥଳେ ଏ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଇରଙ୍ଗପୁର, ମୋବାଇଲ ନମ୍ବର- 7735376007 ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାଇରଙ୍ଗପୁର, ମୋବଇଲ ନମ୍ବର -7681820820 ରେ ଯୋଗାଯୋଗ କରିପାରିବେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ