
କେନ୍ଦୁଝର, ୦୮ ଅକ୍ଟୋବର(ହି.ସ.) – ପାଟଣା ରେଞ୍ଜ ଅଧିନ ପଟଣା ସେକ୍ସନ୍ର ଟଣ୍ଡ ବିଟ୍ ଅଧୀନ ବନମହୁଲଡିହା ଗ୍ରାମରେ ବାରହା ଶିକାର ହୋଇଥିବା ନେଇ ବିଶ୍ୱସନୀୟ ସୂଚନା ମିଳିବା ପରେ ବନ ବିଭାଗର ଏକ ଟିମ୍ ଗ୍ରାମରେ ପହଂଚି ତଲାସୀ ଅଭିଯାନ କରିଥିଲା।
ତଲାସୀ ସମୟରେ ମଙ୍ଗଳ ମୁଣ୍ଡା ଓ ସାଧୁ ମୁଣ୍ଡାଙ୍କ ଘର ପରିସରରୁ ବାରହା ମାଂସ, ଶରୀରର ଅବଶେଷ ଏବଂ ୯ଟି ବାଇଟ୍ ବମ୍ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସାମଗ୍ରୀଗୁଡ଼ିକୁ ନିୟମାନୁଯାୟୀ ଜବତ କରାଯାଇଛି।
ଘଟଣାରେ ସନ୍ଦେହ କରାଯାଉଥିବା ଦୁଇ ଜଣ ଅଭିଯୁକ୍ତ ବର୍ତମାନ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA