ବୋଲେରୋ - ତେଲ ଟ୍ୟାଙ୍କର ଧକ୍କା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ
Youth died under treatment
ବୋଲେରୋ - ତେଲ ଟ୍ୟାଙ୍କର ଧକ୍କା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ବୋଲେରୋ ଯାତ୍ରୀଙ୍କ ମୃତ୍ୟୁ


ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା-ବଡ଼ବାହାଲ ରାସ୍ତାର ହନୁମାନ ଛକରେ ବୋଲେରୋ ଓ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ଗୁରୁତର ଆହତ ହୋଇଥିବା ଦୀପକ ପରୁଆ (୨୪)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।

ସୂଚନାନୁସାରେ, ଗତ ୭ ତାରିଖରେ ଓଡ଼ି-୨୩ ଏଚ୍-୫୭୪୯ ନମ୍ବର ବୋଲେରୋ ଦ୍ରୁତ ଗତିରେ ଆସି ଓଡ଼ି-୧୫ ଏଲ୍-୫୮୧୯ ନମ୍ବର ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଏଥିରେ ଦୀପକ ଓ ବୋଲେରୋ ଚାଳକ ବିବେକାନନ୍ଦ ଧୁରୁଆ (୪୦) ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଦୀପକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ସୁନଝଟରିଆ ଗ୍ରାମରେ ବୋଲି ଜଣାପଡ଼ିଛି। କୋଲାବିରା ପୁଲିସ ଦୁଇଟି ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande