ଜିଲ୍ଲାସ୍ତରୀୟ ଖୋଖୋ ଚୟନ ପ୍ରକିୟା ଅକ୍ଟୋବର ୧୧ ରେ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ଖୋଖୋ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ୍ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୧୧ ତାରିଖ (ରବିବାର)୨୦୨୬ ଦିନ ୮ ଟା ସମୟ ରେ ଭଦ୍ରକ କଲେଜ ପଡ଼ିଆରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଖୋଖୋ ଖେଳାଳୀ ମାନଙ୍କ ର ଏକ ଚୟନ ପ୍ରକ୍ରି
ଜିଲ୍ଲାସ୍ତରୀୟ ଖୋଖୋ ଚୟନ ପ୍ରକିୟା ଅକ୍ଟୋବର ୧୧ ରେ


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ଖୋଖୋ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ୍ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୧୧ ତାରିଖ (ରବିବାର)୨୦୨୬ ଦିନ ୮ ଟା ସମୟ ରେ ଭଦ୍ରକ କଲେଜ ପଡ଼ିଆରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଖୋଖୋ ଖେଳାଳୀ ମାନଙ୍କ ର ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଭଦ୍ରକ ଜିଲ୍ଲା ଆଥଲେଟିକ ସଂଘ ର ସଂପାଦକ ଧିରେନ୍ ପଲାଇ ଏକ ପ୍ରେସ୍ ବିବୃତି ରେ ସୁଚନା ଦେଇଛନ୍ତି । ଖେଳାଳୀ ମାନେ ନିଜର ଜନ୍ମଗତ ପ୍ରମାଣ ପତ୍ର ଅଥବା ଆଧାର ର ନକଲ ନେଇ ଆସିଥିବେ। ସମସ୍ତ ଖେଳାଳୀ ସକାଳ ୮ ଟା ପୂର୍ବରୁ ପହଂଚିବା କୁ ସୂଚିତ କରାଗଲା । ଅଧିକ ସୂଚନା ପାଇଁ ଏହି ମୋବାଇଲ ନମ୍ବର (୯୪୩୭୫୧୫୦୪୪)ରେ ଯୋଗାଯୋଗ କରି ପାରିବେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande