
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଓଡ଼ିଶାରେ
କଂଗ୍ରେସର ବନ୍ଦ ଡାକରା ସଫଳ ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ
ଦାସ । ସେ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ବନ୍ଦ୍ର ପ୍ରଭାବ ପଡ଼ିଛି । ଆଗକୁ
ଆନ୍ଦୋଳନ ଆହୁରି ତୀବ୍ର ହେବ ।
ସେ କହିଛନ୍ତି ଯେ, ବିଜେଡି
ସମର୍ଥନ ଜଣାଇଛି । ତାର ପ୍ରତିକ୍ରିୟା ରେଜିଷ୍ଟର ହୋଇଛି । କାହିଁକି ମତ ପରିବର୍ତ୍ତନ କଲେ ମୁଁ ଜାଣିନାହିଁ । କିନ୍ତୁ ସମର୍ଥନ ନିଶ୍ଚିତ କରିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା