ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ
ବଲାଙ୍ଗିର, ୮ ଅକ୍ଟୋବର (ହି.ସ.)- ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ଦୋକାନ, ବଜାର ଓ ଯାନବାହନ ଚଳାଚଳ ବନ
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ


ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ


ବଲାଙ୍ଗିର, ୮ ଅକ୍ଟୋବର (ହି.ସ.)- ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ଦୋକାନ, ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବୁଲୁ ଦାନୀଙ୍କ ନେତୃତ୍ୱରେ ଡେଲି ମାର୍କେଟରୁ ପିକେଟିଂ ଆରମ୍ଭ ହୋଇଥିଲା। ପିକେଟିଂ ଦଳ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବନ୍ଦକୁ ସଫଳ କରିବା ପାଇଁ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଅମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନିଲ ମେହେର, ମନୀଷ ମିଶ୍ର, ଅସିତ ମିଶ୍ର ଓ ସାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ଦଳ ପକ୍ଷରୁ ଉପସ୍ଥାପିତ ଚାରି ଦଫା ଦାବି ସମ୍ପର୍କରେ ନିଜ ମତବ୍ୟକ୍ତ କରିଥିଲେ। ବକ୍ତାମାନେ ବିଜେପି ସରକାରର ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

ଏହି ବନ୍ଦ କାର୍ଯ୍ୟକ୍ରମରେ ଓମ୍ କୁମ୍ଭାର, କୈଳାଶ ମିଶ୍ର, କିରଣ ସେଠ, ହିମାଂଶୁ ନାୟକ, ସୀତାରାମ କୁମ୍ଭାରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande