
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଗୀତାଞ୍ଜଳି ନାୟକ, ଓ.ପ୍ର.ସେ. (ଏସ୍.ଏ.ଜି.), ଅତିରିକ୍ତ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଗଲା । ନିବେଦିତା ବିଶ୍ବାଳ, ଓ.ପ୍ର.ସେ. (ଏସ୍.ଏ.ଜି.), ଅତିରିକ୍ତ ଶାସନ ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଯିଏକି ବର୍ତ୍ତମାନ କୁଳସଚିବ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର ଭାବେ ବଦଳି ଆଦେଶାଧରେ ଅଛନ୍ତି, ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଗଲା । ନିବେଦିତା ବିଶ୍ବାଳ, ଓ.ପ୍ର.ସେ, (ଏସ୍.ଏ.ଜି.),ଙ୍କର କୁଳସଚିବ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର, ଭାବେ ହୋଇଥିବା ବଦଳି ଆଦେଶକୁ ଏତତ୍ ଦ୍ବାରା ବାତିଲ୍ କରାଗଲା । ଶ୍ରୀ ତ୍ରିଲୋଚନ ମହାନ୍ତି, ଓ.ପ୍ର.ସେ. (ଏସ୍.), ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଙ୍କୁ ବଦଳି କରାଯାଇ ଭୁବନେଶ୍ବରସ୍ଥିତ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଗଲା । କୁକୁମିନା ଦାସ, ଓ.ପ୍ର.ସେ. (ଏସ୍.), ପୂର୍ବତନ କୁଳସଚିବ, ଏଫ୍.ଏମ୍. ବିଶ୍ବବିଦ୍ୟାଳୟ, ବାଲେଶ୍ବର, ଯିଏକି ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଛନ୍ତି, ତାଙ୍କୁ ପିଡି, ଆର ଆଣ୍ଡ ଆର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ବାରିପଦା, ଭାବେ ଅବସ୍ଥାପିତ କରାଗଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା