ଔପନ୍ୟାସିକ ମୁନ୍ସୀ ପ୍ରେମଚାନ୍ଦ ଓ ଜୟ ପ୍ରକାଶ ନାରାୟଣଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଔପନ୍ୟାସିକ ମୁନ୍ସୀ ପ୍ରେମଚାନ୍ଦ ଓ ଜୟ ପ୍ରକାଶ ନାରାୟଣଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କ
ଔପନ୍ୟାସିକ ମୁନ୍ସୀ     ପ୍ରେମଚାନ୍ଦ ଓ ଜୟ ପ୍ରକାଶ ନାରାୟଣଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ     କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ


ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଔପନ୍ୟାସିକ

ମୁନ୍ସୀ ପ୍ରେମଚାନ୍ଦ ଓ ଜୟ ପ୍ରକାଶ ନାରାୟଣଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ମୁନ୍ସୀ

ପ୍ରେମଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅନ୍ୟ ଏକ ବାର୍ତ୍ତାରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକ ନାୟକ ସ୍ୱର୍ଗତ ଜୟ ପ୍ରକାଶ ନାରାୟଣଙ୍କ

ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ସାହିତ୍ୟର ଜଣେ ମହାନ

ବ୍ୟକ୍ତିତ୍ୱ ମୁନ୍ସୀ ପ୍ରେମଚାନ୍ଦ ଜୀଙ୍କ ପୁଣ୍ୟତିଥିରେ ତାଙ୍କର ଅମର ଅବଦାନ ପାଇଁ ହୃଦୟରୁ

ଶ୍ରଦ୍ଧାଞ୍ଜଳି। ତାଙ୍କର ଶକ୍ତିଶାଳୀ କଥାକଥନ ମାଧ୍ୟମରେ ସେ ସମାଜର ବାସ୍ତବତା ଏବଂ ସାଧାରଣ

ଲୋକଙ୍କ ଜୀବନକୁ ସାମ୍ନାକୁ ଆଣିଥିଲେ। ଭାରତର ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟରେ ତାଙ୍କର

ଅବଦାନ ଏକ ଅଭୁଲା ଛାପ ଛାଡ଼ିଯାଇଛି।

ଅନ୍ୟ ଏକ ବାର୍ତ୍ତା ଜାରି

କରି କେଭି ସିଂହ କହିଛନ୍ତି ଯେ, ଭାରତ ରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଜୀଙ୍କ ପୁଣ୍ୟତିଥିରେ

ବିନମ୍ର ଶ୍ରଦ୍ଧାଞ୍ଜଳି। ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ

ଜନହିତ ପାଇଁ ତାଙ୍କର ସଂଘର୍ଷ ପର୍ଯ୍ୟନ୍ତ, ତାଙ୍କର ସମଗ୍ର ଜୀବନ ସିଦ୍ଧାନ୍ତନିଷ୍ଠ ଜନସେବାର ପ୍ରତୀକ ହୋଇ

ରହିଛି। ତାଙ୍କର ବିଚାରଧାରା ଆଜି ମଧ୍ୟ ରାଷ୍ଟ୍ର ପ୍ରତି କର୍ତ୍ତବ୍ୟ ଏବଂ ସମାଜ ପ୍ରତି

ଦାୟିତ୍ୱବୋଧ ପାଇଁ ପ୍ରେରଣା ଯୋଗାଇଥାଏ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ ବାର୍ତ୍ତାରେ କହିଛନ୍ତି ଯେ, ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ଲୋକନାୟକ ଜୟପ୍ରକାଶ

ନାରାୟଣଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ ଜଣାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ

ଶ୍ରଦ୍ଧାଂଜଳି ଜଣାଇଲେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ସାହିତ୍ୟ ଜଗତର 'ଉପନ୍ୟାସ ସମ୍ରାଟ' ମୁନସି ପ୍ରେମଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ

ଶ୍ରଦ୍ଧାଞ୍ଜଳି। ତାଙ୍କର କାଳଜୟୀ ଲେଖନୀ, ସାମାଜିକ ସଂସ୍କାରବାଦୀ ଚିନ୍ତାଧାରା ଏବଂ ସାହିତ୍ୟ ପ୍ରତି ସମର୍ପଣ

ପ୍ରତ୍ୟେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande