
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଉମରକୋଟ ବ୍ଲକ କୁର୍ଶି ଉପରପାରାରେ ଆୟୋଜିତ ନୂଆଁଖାଇ ଜୁହାର ପର୍ବରେ ସାମିଲ ହୋଇଥିଲେ ।ଏହି ଅବସରରେ ସେ କହିଛନ୍ତି ଯେ ଏହି ପବିତ୍ର ଅବସରରେ ଉପସ୍ଥିତ ରହି ଗାଁର ଆତ୍ମୀୟତା ଓ ପରମ୍ପରାର ସୁବାଷ ଅନୁଭବ କରିବା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ ଥିଲା। କୁର୍ଶି ଉପରପାରାରେ ଆୟୋଜିତ ଏହି ଉତ୍ସବରେ ଗ୍ରାମବାସୀ ପାରମ୍ପରିକ ବେଶଭୂଷାରେ ସାମିଲ ହୋଇଥିଲେ। ଲୋକନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଶୋଭା ବଢ଼ାଇଥିଲା। ସମସ୍ତଙ୍କ ସହ ମିଶି ଆନନ୍ଦ ବାଂଟିବା ଓ ସେମାନଙ୍କ ସ୍ନେହ ପାଇବା ମୋ ପାଇଁ ସୌଭାଗ୍ୟର ବିଷୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା