
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଆଜି ପ୍ରାତଃ
ଭ୍ରମଣ ସମୟରେ ନଅଗାଁ (ଖ)ର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସହ
ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ସମୟରେ
ଅଞ୍ଚଳର ବିଭିନ୍ନ ସମସ୍ୟା, ଆବଶ୍ୟକତା
ଓ ବିକାଶ ସମ୍ପର୍କରେ ସେମାନଙ୍କ ମତାମତ ଶୁଣିଥିଲେ ମନ୍ତ୍ରୀ ।
ଆଜି ନଅଗାଁ (ଖ) ଗ୍ରାମ ଗସ୍ତ
ଅବସରରେ ଗ୍ରାମବାସୀଙ୍କୁ ଭେଟିବା ସହ 'ହର ଘର ନଲ୍' ଯୋଜନା ବିଷୟରେ ପଚାରି ବୁଝିଛନ୍ତି । ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ପ୍ରତ୍ୟେକ ପରିବାର ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଏବଂ ଗ୍ରାମାଞ୍ଚଳର
ମୌଳିକ ସୁବିଧାକୁ ସୁଦୃଢ଼ କରିବା ଆମର ପ୍ରାଥମିକତା। ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଜୀଙ୍କ ନିରବଚ୍ଛିନ୍ନ ୨୫ ବର୍ଷର ଜନସେବା,
ସୁଶାସନ ଓ ଦେଶ ଗଠନର ଅତୁଳନୀୟ ଯାତ୍ରା ପ୍ରତି ଗ୍ରାମବାସୀଙ୍କ ଗଭୀର
ଆସ୍ଥା ଓ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ଗଣତନ୍ତ୍ର ଓ ବିକାଶର ଏହି ଧାରାକୁ ଆମେ ଆହୁରି ଆଗକୁ
ନେବା ପାଇଁ ସଙ୍କଳ୍ପବଦ୍ଧ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା