
ପୁରୀ, 08 ଅକ୍ଟୋବର (ହି.ସ.)ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦ ଡାକରାରେ ପୁରୀ ସହରରେ ବନ୍ଦ ଆନ୍ଦୋଳନ ସଫଳ ହୋଇଛି। ସକାଳ ୬ ଟାରୁ ସିପିଆଇ, ସିପିଏମ, କଂଗ୍ରେସ ସମର୍ଥକଙ୍କ ବିକ୍ଷୋଭ ଯୋଗୁଁ ବସ ଚଳାଚଳ, ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ସିପିଆଇର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ରାଜ୍ୟ ପରିଷଦ ସଭ୍ୟ ପ୍ରଦୀପ୍ତ ମହାନ୍ତି, ଡାକ୍ତର ପ୍ରଫୁଲ୍ଲ ମହାପାତ୍ର, ଶ୍ରମିକ ନେତା ଗୋବିନ୍ଦ ମାଝୀ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଆଜିର ବନ୍ଦ ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ପୁରୀ ସହରରେ ବନ୍ଦ ଆନ୍ଦୋଳନ ପ୍ରତି ଜନସାଧାରଣଙ୍କ ସ୍ୱୋତଃ ସମର୍ଥନ ମିଳିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ