୫ମ ଏସୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାରୁ ଭାରତକୁ ପ୍ରତିନିଧିତ୍ବ କରୁଥିବା ଖେଳାଳିଙ୍କୁ କ୍ରୀଡା ବିଭାଗ ପକ୍ଷରୁ ଶୁଭକାମନା
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଜାପାନର ଆଇଚି-ନାଗୋୟାଠାରେ ଆସନ୍ତା ୧୮ରୁ ୨୪ ଅକ୍ଟୋବର ମଧ୍ୟରେ ଆୟୋଜିତ ହେବାକୁ ଥିବା ୫ମ ଏସୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାରୁ ଚାରି ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ବ କରିବେ। ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭ
୫ମ ଏସୀୟ ପାରା କ୍ରୀଡ଼ା     ପ୍ରତିଯୋଗିତାରେ ଓଡ଼ିଶାରୁ ଭାରତକୁ ପ୍ରତିନିଧିତ୍ବ କରୁଥିବା ଖେଳାଳିଙ୍କୁ କ୍ରୀଡା ବିଭାଗ     ପକ୍ଷରୁ ଶୁଭକାମନା


ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଜାପାନର ଆଇଚି-ନାଗୋୟାଠାରେ ଆସନ୍ତା ୧୮ରୁ ୨୪ ଅକ୍ଟୋବର

ମଧ୍ୟରେ ଆୟୋଜିତ ହେବାକୁ ଥିବା ୫ମ ଏସୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାରୁ ଚାରି ଜଣ

ଖେଳାଳି ଭାରତକୁ ପ୍ରତିନିଧିତ୍ବ କରିବେ। ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓ

ଗୁଜରାଟର ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେବେ। ପ୍ରମୋଦ

ଏସଏଲ୍ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ଅଂଶ ଗ୍ରହଣ କରିବେ ଏବଂ ପାରାତୀରନ୍ଦାଜ

ପାୟଲ ନାଗ ବ୍ୟକ୍ତିଗତ ଓ ଦଳଗତ କମ୍ପାଉଣ୍ଡ ବର୍ଗରେ ପ୍ରତିଦ୍ୱନ୍ଦିତା କରିବେ। ସେହିପରି

ସୁଚିତ୍ରା ପରିଡ଼ା ଏଫ୍୫୫ ଜାଭେଲିନ ଥ୍ରୋ ଏବଂ ଜୟନ୍ତୀ ବେହେରା ଟି୪୭ ୪୦୦ମି ଦୌଡ଼ରେ ଭାଗ

ନେବେ। ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande