ଇଣ୍ଡିଆ ବ୍ଲକ୍ ପକ୍ଷରୁ ୪ଦଫା ଦାବିନେଇ ୧୨ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଜୟପୁରରେ ପ୍ରଭାବ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ବିକ୍ଷୋଭ
ଜୟପୁର, ୦୮ ଅକ୍ଟୋବର(ହି.ସ.) – ୪ଦଫା ଦାବିନେଇ ଇଣ୍ଡିଆ ବ୍ଳକ୍ ପକ୍ଷରୁ ୧୨ ଘଂଟିଆ ଓଡ଼ିଶା ବନ୍ଦ ଡାକରା। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ, କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଭାବ ଦେଖିବାକୁ ମିଳିଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ନେ
ଇଣ୍ଡିଆ ବ୍ଲକ୍ ପକ୍ଷରୁ ୪ଦଫା ଦାବୀ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା। ଜୟପୁର ରେ  ପ୍ରଭାବ। 26 ନମ୍ବର ଜାତୀୟ ରାଜପଥ ଅବରୋଧ ବିକ୍ଷୋଭ


ଜୟପୁର, ୦୮ ଅକ୍ଟୋବର(ହି.ସ.) – ୪ଦଫା ଦାବିନେଇ ଇଣ୍ଡିଆ ବ୍ଳକ୍ ପକ୍ଷରୁ ୧୨ ଘଂଟିଆ ଓଡ଼ିଶା ବନ୍ଦ ଡାକରା। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ, କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଭାବ ଦେଖିବାକୁ ମିଳିଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ନେତା ଓ କର୍ମୀମାନେ ବାଇକ ରେଲିରେ ବାହାରିଥିଲେ।

ଅନ୍ୟ ପକ୍ଷରେ ଜୟପୁର ସହର ମୁଖ୍ୟ ଟ୍ରାଫିକ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରାଯାଇଥିବା ବେଳେ, ସଂପୂର୍ଣ୍ଣ ଭାବେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ ଅତ୍ୟାବଶ୍ୟକ ଜରୁରୀ କାଳୀନ ସେବା ଓ ଆମ୍ବୁଲାନ୍ସ ସେବା ଛାଡି ଦେଲେ,ରାଜପଥରେ ସଂପୂର୍ଣ୍ଣ ଯାତାୟତ ଠପ୍ ହୋଇଯାଇଛି। ଅନ୍ୟ ପଟେ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ସ୍କୁଲ କଲେଜ, ବ୍ୟାଙ୍କ, ଅଫିସ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ୪ଦଫା ଦାବିନେଇ କଂଗ୍ରେସ ସହ ୯ଟି ଦଳ ଏହି ବନ୍ଦ ଡାକରା ସାମିଲ୍ ହୋଇଛନ୍ତି। ପ୍ରମୁଖ ୪ଟି ଦାବି ମଧ୍ୟରୁ ଗଣତନ୍ତ୍ର ବିରୋଧି ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେନ୍ଦ୍ର କୁମାରଙ୍କୁ ବରଖାସ୍ତ କରିବା, ଏମ୍ଏମ୍ଡିଆର୍ ସଂଶୋଧନ ଆଇନ୍ ୨୦୨୬ ବାତିଲ କରିବା, ପାଠ୍ୟ ପୁସ୍ତକ ତ୍ରୁଟି ପାଇଁ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଚଳିତ ବନ୍ୟାରେ ମୃତ୍ୟୁବରଣ କରିଥିବା ପରିବାକୁ ସହାୟତା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା। ଯେପର୍ଯ୍ୟନ୍ତ ପ୍ରମୁଖ ଦାବିଗୁଡ଼ିକ ସରକାର ମାନି ନାହାଁନ୍ତି, ଆଗାମୀ ଦିନରେ ଆହୁରି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ଏଣ୍ଡିଆ ବ୍ଲକ୍। ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଥିବା ଲକ୍ଷ୍ୟ କରାଯାଇଛି। ଏହି ବନ୍ଦ ପାଳନରେ ସିପିଆଇ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସିପିଆଇ ନେତା ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦ ପାଳନ ସମୟରେ କଂଗ୍ରେସ କର୍ମୀଙ୍କ ସହ ପୋଲିସ ମଧ୍ୟରେ ବଚସା ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande