ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ
ଜୟପୁର, ୦୮ ଅକ୍ଟୋବର(ହି.ସ.) – ଜୟପୁର ସ୍ଥିତ ବାମୁଣୀପୁଟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ‘ସୁରଭି ୨୦୨୬’ ଆଂଚଳିକ ସାଧନ ସଂଯୋଜକ ଶ୍ରୀ ରୁଦ୍ରପ୍ରସନ୍ନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅତି ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି।
ଶିଶୁ ମହୋତ୍ସବ ‘ସୁରଭି 2026’ ଅନୁଷ୍ଠିତ


ଜୟପୁର, ୦୮ ଅକ୍ଟୋବର(ହି.ସ.) – ଜୟପୁର ସ୍ଥିତ ବାମୁଣୀପୁଟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ‘ସୁରଭି ୨୦୨୬’ ଆଂଚଳିକ ସାଧନ ସଂଯୋଜକ ଶ୍ରୀ ରୁଦ୍ରପ୍ରସନ୍ନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅତି ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି।

ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଭା ପ୍ରଧାନ, ଜୟପୁର ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ଦେବୀପ୍ରସାଦ ଦାସ, ବାଲିଆ ପଂଚାୟତ ସରପଂଚ ଶ୍ରୀମତୀ ସରସ୍ୱତୀ ମାଝୀ ଓ ପଂଚାୟତ ସମିତି ସଭ୍ୟ ମକର ହରିଜନ ମଧ୍ୟ ଉପସ୍ଥିତ ଥିଲେ। ଗୋଷ୍ଠୀଶିକ୍ଷା ଅଧିକାରୀ କହିଥିଲେ ଯେ, ସୁରଭି ହେଉଛି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଅନ୍ୱେଷଣ ପାଇଁ ଏକ ଉତ୍କୃଷ୍ଟ ମଂଚ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାହିତ୍ୟିକ, ଗାଣିତିକ, ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗରେ ଉତ୍ସାହର ସହ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

‘ସୁରଭି’ କାର୍ଯ୍ୟକ୍ରମ ରାଜ୍ୟରେ କ୍ଲଷ୍ଟର, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଆୟୋଜିତ ହୋଇଥାଏ। ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ, ଆତ୍ମବିଶ୍ୱାସ, ସୃଜନଶୀଳତା ଓ ସାମଗ୍ରିକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ।

ଉଦ୍ଯାପନୀ ଉତ୍ସବରେ ବାମୁଣୀପୁଟ ସେକେଣ୍ଡରୀ ବିଦ୍ୟାଳୟର ଅଧକ୍ଷ ଶ୍ରୀ ଆଶିଷ ସାର, ଜୟପୁର ଶିକ୍ଷକ ସଙ୍ଘର କର୍ମକର୍ତା ବୃନ୍ଦ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଶ୍ରୀ କରୁଣାମୟ ପୃଷ୍ଟି ମଂଚ ପରିଚାଳନା କରିଥିଲେ। କ୍ଲଷ୍ଟରର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମୂହ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥିଲେ। ଶେଷରେ କୁନ୍ତରଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତକୁମାରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande