
ଭଦ୍ରକ, ୯ ଅକ୍ଟୋବର (ହି.ସ.) - ଭଦ୍ରକ ଅଟୋନୋମସ୍ କଲେଜରେ ୨୦୨୬ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ଏହି କ୍ରମରେ ଏନଏସୟୁଆଇ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ମିଳିତ ଭାବରେ ଏକ ୬ ଜଣିଆ ପ୍ରାର୍ଥୀ ପ୍ୟାନେଲ୍ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ଏକତା, ଉନ୍ନତି ଓ ଗଣତାନ୍ତ୍ରିକ ଅଧିକାରକୁ ମୁଖ୍ୟ ପ୍ରସଙ୍ଗ କରି ଏହି ମେଂଟ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସଭାପତି ଭାବେ ବାସୁନ୍ଧରୀ ଦାଶ (ପିଜି ଦ୍ୱିତୀୟ ବର୍ଷ, କମର୍ସ), ସାଧାରଣ ସମ୍ପାଦକ - ନାଫିୟା କାଦ୍ରୀ (ୟୁଜି ତୃତୀୟ ବର୍ଷ, ଆର୍ଟସ୍ - ଉର୍ଦ୍ଦୁ), ଉପସଭାପତି - ଅଞ୍ଜଳି ରାଉତ (ୟୁଜି ଦ୍ୱିତୀୟ ବର୍ଷ, ଆର୍ଟସ୍ - ପଲିଟିକାଲ୍ ସାଇନ୍ସ), ସହ ସାଧାରଣ ସମ୍ପାଦକ - କୌଶିକ ପରିଡ଼ା (ୟୁଜି ପ୍ରଥମ ବର୍ଷ, ସାଇନ୍ସ - ଜିଓଲୋଜି), ଡ୍ରାମାଟିକ୍ ସେକ୍ରେଟାରୀ - ବେଣୁଧର ମୁର୍ମୁ (ୟୁଜି ପ୍ରଥମ ବର୍ଷ, ଆର୍ଟସ୍ - ହିଷ୍ଟ୍ରି), ଆଥଲେଟିକ୍ ସେକ୍ରେଟାରୀ - ନିମାଇ ମାରାଣ୍ଡି (ୟୁଜି ପ୍ରଥମ ବର୍ଷ, ଆର୍ଟସ୍ - ଓଡ଼ିଆ)। ମିଳିତ ପ୍ୟାନେଲ୍ ପକ୍ଷରୁ କୁହାଯାଇଛି ଯେ, କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ ଛାତ୍ର ସ୍ୱାର୍ଥ ପାଇଁ ସେମାନେ ଲଢ଼ିବେ। ଆଗାମୀ ନିର୍ବାଚନରେ ଏହି ମେଂଟକୁ ଛାତ୍ରଛାତ୍ରୀମାନେ କେତେ ସମର୍ଥନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ