ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ୨ ଦିନିଆ ଓଡିଶା ଗସ୍ତ ଆଜି ଠାରୁ
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୨ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଅକ୍ଟୋବର ୧୦ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ ସମ୍ବଲପୁରରେ ପହଁଚିବେ । ସେ ଦୁଇ ଦିନିଆ ଓଡିଶା ପ୍ରବାସ ସାରି ଅକ୍ଟୋବର ୧୧ ତାରିଖ ଦିନ ସଂଧ୍ୟାରେ ଓଡିଶାରୁ ପ୍ରତ୍ୟାବ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ୨ ଦିନିଆ ଓଡିଶା ଗସ୍ତ ଆଜି ଠାରୁ


ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୨ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଅକ୍ଟୋବର ୧୦ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ ସମ୍ବଲପୁରରେ ପହଁଚିବେ । ସେ ଦୁଇ ଦିନିଆ ଓଡିଶା ପ୍ରବାସ ସାରି ଅକ୍ଟୋବର ୧୧ ତାରିଖ ଦିନ ସଂଧ୍ୟାରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ଯେ, ୧୦ ତାରିଖ ସନ୍ଧ୍ୟା ୬:୦୦ ରୁ ୮:୦୦ ଘଟିକା ପର୍ଯ୍ୟନ୍ତ ସମ୍ବଲପୁରର ଜି.ଏମ୍. ବିଶ୍ବବିଦ୍ୟାଳୟ ଅଡିଟୋରିୟମ ପରିସରରେ ଏକ ସ୍ଵୟଂସେବକ ଏକତ୍ରୀକରଣ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବେ । ୧୧ ତାରିଖ ଦିନ ସମ୍ବଲପୁରଠାରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଂଗଠନିକ ବୈଠକରେ ଶତାବ୍ଦୀବର୍ଷର କାର୍ଯ୍ୟର ସମୀକ୍ଷା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande