
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.) ଆଜି ଲୋଇସିଂହା ବ୍ଲକର ବୁଢ଼ୀପଦର ପଞ୍ଚାୟତ ଅନ୍ତର୍ଗତ ସଲ୍ତର୍ପାଲି ଗ୍ରାମରେ 'ସ୍ୱଚ୍ଛ ଭାରତ ଅଭିଯାନ' ଅଧୀନରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ରାସ୍ତାଘାଟ ସଫେଇ ସହ ସାର୍ବଜନୀନ ସ୍ଥାନଗୁଡ଼ିକୁ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ଗ୍ରାମବାସୀଙ୍କୁ ଆହ୍ବାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ 'ସ୍ୱଚ୍ଛ ଭାରତ' ର ସ୍ୱପ୍ନକୁ ସାକାର କରିବା ନିମନ୍ତେ ସଲ୍ତର୍ପାଲି ଗ୍ରାମବାସୀଙ୍କ ମିଳିତ ପ୍ରୟାସ ପାଇଁ ସମସ୍ତଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି । ଆସନ୍ତୁ, ଆମେ ସମସ୍ତେ ମିଶି ଆମ ଗାଁ ଓ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ବୋଲି ସେ ଆହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା