ଜାତୀୟ ଡାକ ଦିବସରେ ଡାକ କର୍ମଚାରୀଙ୍କ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ଜାତୀୟ ଡାକ ଦିବସରେ ଡାକ କର୍ମଚାରୀଙ୍କ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟ ଡାକ ଦିବସ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଡାକ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେମାନଙ୍କର ନିରନ୍ତର ଓ ନିଃସ୍ୱାର୍ଥ ସେ
ଡାକ ଦିବସ


ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)- ଜାତୀୟ ଡାକ ଦିବସରେ ଡାକ କର୍ମଚାରୀଙ୍କ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟ ଡାକ ଦିବସ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଡାକ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେମାନଙ୍କର ନିରନ୍ତର ଓ ନିଃସ୍ୱାର୍ଥ ସେବା ଦେଶର ପ୍ରତ୍ୟେକ କୋଣକୁ ଯୋଡ଼ିବା ସହ ଏକତା ଓ ବିଶ୍ୱାସର ବନ୍ଧନକୁ ଆହୁରି ସୁଦୃଢ଼ କରୁଛି ବୋଲି ରାଜ୍ୟପାଳ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ଡାକ ଦିବସ ଅବସରରେ ଡାକ ବିଭାଗର ସମସ୍ତ କର୍ମଚାରୀ ଭାଇଭଉଣୀ ଓ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ଡାକ ଦିବସ ଅବସରରେ, ଭାରତର ଡାକ ନେଟୱର୍କର ଗୌରବମୟ ପରମ୍ପରା ସଂଯୋଗ, ବିଶ୍ୱାସ ଓ ସେବାର ଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ ଭାବେ ଠିଆ ହୋଇଛି। ବାର୍ତ୍ତା ପହଞ୍ଚାଇବାଠାରୁ ଆରମ୍ଭ କରି ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ଅତ୍ୟାବଶ୍ୟକ ସେବା ଯୋଗାଇବା ପର୍ଯ୍ୟନ୍ତ, ଭାରତୀୟ ଡାକ ବିଭାଗ ସାମାଜିକ ସଂଯୋଗକୁ ସୁଦୃଢ଼ କରିବା ସହ ସମାବେଶୀ ବିକାଶକୁ ଆଗେଇ ନେବାରେ ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ରାଷ୍ଟ୍ରୀୟ ଡାକ ଦିବସ ଉପଲକ୍ଷେ ଦେଶର ପ୍ରତ୍ୟେକ କୋଣରେ ନିରନ୍ତର ସେବା ଯୋଗାଇ ଦେଉଥିବାଡାକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande