ସଇଡ଼ା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ମୃତକଙ୍କ ପରିବାରକୁ କ୍ଷତିପୂରଣ

ସମ୍ବଲପୁର, ୦୯, ଅକ୍ଟୋବର (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟସ୍ଥ ସଇଡା ଗ୍ରାମରେ ଶୁକ୍ରବାର ଭୋର ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଇଡା ଗ୍ରାମର ୪୭ ବର୍ଷିୟା ଅଞ୍ଜଳି କୁସୁମ ବୋଲି ଜଣାପଡିଛି । ଗତକାଲି କୁଚିଣ୍ଡା ସହର ଆଖପାଖରେ ଘୁରି ବୁଲୁଥିବା ୬ ଟିକିଆ ବଣୁଆ ହାତୀପଲ ସନ୍ଧ୍ୟାରେ ଚୈତ୍ରା ପର୍ବତ ଆଡକୁ ଯାଇଥିଲେ। ମାତ୍ର ରାତିରେ ଦିଗ ବଦଳାଇ ସେମାନେ ସଇଡା ଗ୍ରାମ ନିକଟସ୍ଥ ଭେଡେନ ନଦୀକୂଳ ଦେଇ ଗତି କରୁଥିଲେ। ଆଜି ଭୋର ସମୟରେ ଅଞ୍ଜଳି ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ଅପ୍ରତ୍ୟାଶିତ ଭାବେ ହାତୀପଲଙ୍କ ସମ୍ମୁଖୀନ ହୋଇଥିଲେ। ହାତୀପଲ ତାଙ୍କୁ ଘୋଷାଡି ଶୁଣ୍ଢରେ କଚାଡ଼ି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସହ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ଆଜି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ୨୫ ହଜାର ଟଙ୍କା, ରାଜ୍ୟ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ୧୦ ହଜାର ଟଙ୍କା ଓ ବନବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରିବା ସହ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ବନ ବିଭାଗ ପକ୍ଷରୁ ଡାକ ଯନ୍ତ୍ର ମାଧ୍ୟମରେ ବାରମ୍ବାର ଲୋକଙ୍କୁ ହାତୀ ଚଳାଚଳ ଉପରେ ସତର୍କ ସଚେତନ କରାଯାଉଛି ବୋଲି ଆଜି ସାନ୍ଧ୍ୟରେ ରେଞ୍ଜର ଲେଖାରଣୀ ମହାନନ୍ଦ ସୂଚନା ଦେଇଛନ୍ତି । କୁଚିଣ୍ଡା ଅଂଚଳର ୨୫ କିଲୋମିଟର ଭିତରେ ଦୟାପୂର୍ବକ କେହି ସନ୍ଧ୍ୟା ଓ ସକାଳ ସମୟରେ ଏକା ବାହାରକୁ ବାହାରନ୍ତୁ ନାହିଁ ଏବଂ ଅନ୍ୟକୁ ବି ସତର୍କ କରାନ୍ତୁ । ଏବେ ବି ଏକ ୬ ଟିକିଆ ହାତୀପଲ ରାମଝାଳି ଅଂଚଳରେ ରହିଥିବାରୁ ବନ ବିଭାଗ ହାତୀପଲଙ୍କ ଗତିବିଧି ସମ୍ପର୍କରେ ଅହରହ ନଜର ରଖିଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande