


ସମ୍ବଲପୁର, ୦୯, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କର। ହୋଇଥିଲ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରତିମା ତନ୍ତୀ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ପ୍ରୋଗ୍ରାମ ଅଧିକାରିଣୀ ପୂର୍ଣ୍ଣିମା ତ୍ରିପାଠୀ ନିଜର ସ୍ୱାଗତ ଭାଷଣ ରେ ସୂପୋଷିତ ଓଡ଼ିଶା ମିଶନ ରେ ଜନ ଆନ୍ଦୋଳନ ସମ୍ବନ୍ଧ ରେସୂଚନା ପ୍ରଦାନ କରିଥିଲେ। ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ଏଡ.ଏଟ୍.ଆକ୍ସନ ଉକ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରତିମା ତନ୍ତୀ, ପୂର୍ବତନ ଡି.ଏସ.ଡବ୍ଲୁ.ଓ. ଝୁନୁ ସ୍ୱାଇଁ, ଗୀତାଞ୍ଜଳି ମହାପାତ୍ର, ଅନୁରାଧା ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର ପୂର୍ଣ୍ଣିମା ତ୍ରିପାଠୀ, ରେଢ଼ାଖୋଲ ଉପଖଣ୍ଡ ପ୍ରୋଗ୍ରାମ ଅଫିସର ଅନିତା ଏକ୍କା, ସମ୍ବଲପୁର ସଦର ଉପଖଣ୍ଡ ପ୍ରୋଗ୍ରାମ ଅଫିସର ସୁବାସିନୀ ପଟେଲ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ପ୍ରମୁଖ ଏସ୍. ବାଞ୍ଛୋର ଯୋଗ ଦେଇଥିଲେ।
ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ରାଷ୍ଟ୍ରୀୟ ପୋଷଣ ମାସ- ୨୦୨୬’ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଶିଶୁ ଓ ମାତୃ ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଶିଶୁମାନଙ୍କଠାରେ ଦେଖାଯାଉଥିବା ପୁଷ୍ଟିହୀନତାର ମୁଖ୍ୟ କାରଣ ଗର୍ଭାବସ୍ଥାରୁ ହିଁ ଆରମ୍ଭ ହୋଇଥାଏ। ଯଦି ଗର୍ଭବତୀ ମହିଳାମାନେ ଗର୍ଭଧାରଣ ସମୟରେ ଉପଯୁକ୍ତ ପୋଷକତତ୍ତ୍ୱ ନ ପାଆନ୍ତି, ତେବେ ପରବର୍ତ୍ତୀ ସମୟରେ ଜନ୍ମିତ ଶିଶୁ ଅତି ଗୁରୁତର ପୁଷ୍ଟିହୀନତା ତଥା ଅତିମାତ୍ରାରେ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଗର୍ଭାବସ୍ଥାର ତିନୋଟି ଯାକ ପର୍ଯ୍ୟାୟରେ ମା’ମାନଙ୍କ ଖାଦ୍ୟପେୟ ଓ ଯତ୍ନ ଉପରେ ସର୍ବାଧିକ ଧ୍ୟାନ ଦେବା ନିତାନ୍ତ ଜରୁରୀ। ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ ଗୀତାଞ୍ଜଳି ମହାପାତ୍ର ଯୋଗ ଦେଇ ପୋଷଣ ଯୁକ୍ତ ଖାଦ୍ୟ ସମ୍ବନ୍ଧରେ ମତ ପ୍ରଦାନ କରିଥିଲେ। ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ ଝୁଣୁ ସ୍ୱାଇଁ ଯୋଗ ଦେଇ କୁପୋଷଣ ଦୂର କରିବା ରେ ଅଙ୍ଗନୱାଡ଼ି କର୍ମୀ ର ଭୂମିକା ସମ୍ପର୍କରେ ମତ ରଖିଥିଲେ।ପୂର୍ବତନ ସମାଜ ମଙ୍ଗଳ ଅଧିକାରିଣୀ ଅନୁରାଧା ମହାନ୍ତି ପୋଷଣ ଅଭିଯାନ ରେ ଗୋଷ୍ଠି ର ସହଭାଗିତା ଓ ଉତ୍ତରଦାୟିତ୍ୱ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପୋଷଣ ମାସ ରେ ବିଭିନ୍ନ ବିଦ୍ୟାଳୟ ରେ ରଚନା,କୁଇଜ୍ ଓ ଚିତ୍ର।ଙ୍କଣ ପ୍ରତିଯୋଗିତା ର ଆୟୋଜନ କର ହୋଇଥିଲ। ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କର।ହୋଇଥିଲ। ଉକ୍ତ କାର୍ଯକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ,ଆଶା ,କିଶୋରୀ ବାଳିକା ,ସୁପର୍ଭାଇସର ଓ ସିଡିପିଓ ମାନେ ଯୋଗ ଦେଇଥିଲେ ।ଅଙ୍ଗନୱାଡ଼ି କର୍ମୀ ଓ ଆଦ୍ୱିକା କିଶୋରୀ ବାଳିକା ମାନେ ପୋଷଣ ଉପରେ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲା ସଂଯୋଜକ ଧୃତିଦୀପ୍ତ ଶତପଥୀ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ସମସ୍ତ କ।ର୍ୟକର୍ତ।କାର୍ଯ୍ୟକ୍ରମ ଆର ଆୟୋଜନ ରେ ସହୋଜଗ କରିଥିଲେ। ସୁବାସିନୀ ପଟେଲ ପ୍ରୋଗ୍ରାମ ଅଫିସର କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ