
ପୁରୀ , 09 ଅକ୍ଟୋବର (ହି.ସ.) ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖରେ ଶେଷ ହେବ।ରାଜ୍ୟର ବିଭିନ୍ନ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ମାଆ ମାନେ ହବିଷ ପାଳନ ପାଇଁ ଆସିବେ।ତେଣୁ ସମସ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇବା ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ମତ ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ହବିଷ୍ୟାଳୀ ବ୍ରତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଥିଲେ। ପବିତ୍ର ମାସ କାର୍ତ୍ତିକ ରେ ମାଆ ମାନେ ଶ୍ରୀକ୍ଷେତ୍ର ଧାମରେ ରହି ଏକ ମାସ ବ୍ରତ ଓ ତପ କରିବାର ମାନସିକତା ନେଇ ଆସୁଛନ୍ତି।ସରକାର ଙ୍କ ନିର୍ଦ୍ଦେଶ ଓ ପ୍ରଶାସନ ର ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ କରିବାର ବ୍ୟବସ୍ଥା କରାଯାଇଛି।ତେଣୁ ଦାୟିତ୍ୱ ରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ।ମାଆ ମାନେ ମାସ ସାରା ବ୍ରତ କରି ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ଓ କୌଣସି ଅସୁବିଧା ନ ହୁଏ ଏଥିପାଇଁ ଆମେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ହବିଷ୍ୟାଳୀ ବ୍ରତ କାର୍ଯ୍ୟ ରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇ ଦେଇଛନ୍ତି।ବର୍ତ୍ତମାନ ଅନଲାଇନ ଆବେଦନ ପ୍ରକ୍ରିୟା ସରିଯାଇଛି।ଏହାର ଯାଞ୍ଚ ବା ତନଖି କରାଯାଇ ଉପଯୁକ୍ତ ଯୋଗ୍ୟ ହିତାଧିକାରୀ ଙ୍କ ନାମ ତାଲିକା ପ୍ରକାଶ କରିବା, ସେମାନ ଙ୍କୁ ସଠିକ ଭାବେ ସେମାନେ ପଞ୍ଜିକରଣ କରିଥିବା ଫୋନ ନମ୍ବର, ମେଲ ଆଇଡି ମାଧ୍ୟମରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ସେହି ସୂଚନା ରେ ସେମାନେ କେତେ ତାରିଖରେ, କେଉଁଠାରେ ପହଞ୍ଚିବେ ଓ କି ପ୍ରକାର କାଗଜପତ୍ର ସାଥିରେ ଆଣିବେ ତାହା ଉଲ୍ଲେଖ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସେହିପରି ଯେଉଁ ମାନେ ଅଯୋଗ୍ୟ ହେବେ ସେମାନ ଙ୍କୁ ସଂପୃକ୍ତ ଅଯୋଗ୍ୟତା ର କାରଣ ଦର୍ଶାଇ ସୂଚନା ପ୍ରଦାନ କରାଯିବ।
ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ବାଗତ ସହ ହବିଷ୍ୟାଳୀ ମାଆ ମାନଙ୍କ ଆଗମନ ପରେ ହବିଷ୍ୟାଳୀ କେନ୍ଦ୍ର ଅନୁସାରେ ପଞ୍ଜିକରଣ, ସେମାନଙ୍କ ପରିଚୟ ପତ୍ର ପ୍ରଦାନ, ସ୍ବେଚ୍ଛାସେବୀ ମାନଙ୍କ ସହ ସମନ୍ୱୟ ଇତ୍ୟାଦି ସମ୍ପର୍କରେ ସୂଚନା ଦେଇଥିଲେ।ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି, ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ, ଶ୍ରୀମନ୍ଦିର କମାଣ୍ଡାଣ୍ଟ କୌଶିକ ନାୟକ,କମାଣ୍ଡାଣ୍ଟ ତାପସ ରଞ୍ଜନ ଦାସ,ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ପୁରୀ ତହସିଲଦାର ଅଭିଷେକ ଦାଶ,ଏଡିଏମଓ ଡା ଲଲାଟେନ୍ଦୁ ମିଶ୍ର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ଦ୍ବିବେଦୀ,
ପ୍ରମୁଖ ଯୋଗ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଅନୁଶ୍ରବ ଗନ୍ତାୟତ,ସୌମ୍ୟଶ୍ରୀ ପାଣିଗ୍ରାହୀ,
ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,
ଏନ ଆଇ ସି ର ଡିଆଇଓ ଦୂର୍ଗା ପ୍ରସାଦ ଜେନା,ଅଗ୍ନି ଶମ ଅଧିକାରୀ ପ୍ରଭାତ କୁମାର ରାଉତ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ହେମନ୍ତ ବେହେରା,ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ