ଜୟପୁର ଘାଟି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ
ଜୟପୁର,, 09 ଅକ୍ଟୋବର (ହି.ସ.) କୋରାପୁଟ-ଜୟପୁର ଜାତୀୟ ରାଜପଥର ଘାଟି ରାସ୍ତାରେ ଟ୍ରକ୍ ଅଚଳ ହେବାରୁ ଶୁକ୍ରବାର ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡ଼ିଥିଲା। ଘାଟିର ଏକ ଉଠାଣି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ମାଲବାହୀ ଟ୍ରକ୍ ଅଟକି ରହିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବ
ଜୟପୁର ଘାଟି ରାସ୍ତା`ାଂ


ଜୟପୁର ଘାଟି ରାସ୍ତା`ାଂ


ଜୟପୁର,, 09 ଅକ୍ଟୋବର (ହି.ସ.)

କୋରାପୁଟ-ଜୟପୁର ଜାତୀୟ ରାଜପଥର ଘାଟି ରାସ୍ତାରେ ଟ୍ରକ୍ ଅଚଳ ହେବାରୁ ଶୁକ୍ରବାର ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡ଼ିଥିଲା। ଘାଟିର ଏକ ଉଠାଣି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ମାଲବାହୀ ଟ୍ରକ୍ ଅଟକି ରହିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଶହ ଶହ ବସ୍, କାର୍ ଓ ଟ୍ରକ୍ ଅଟକି ରହିବା ସହ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି। ଘାଟି ରାସ୍ତାରେ ଟ୍ରକ୍ଟି ଅଚଳ ହୋଇପଡ଼ିବା ପରେ ଉଭୟ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଆଗକୁ ବଢ଼ି ନପାରି ଅଟକି ରହିଥିଲେ। ସେହିପରି ଶୁକ୍ରବାର ରାତି ୯ଟା ସୁଦ୍ଧା ୫ଟି ଟ୍ରକ୍ ବ୍ରେକ ଡାଉନ୍ ହୋଇ ନିୟନ୍ତ୍ରଣ ହରାଇଥିବା ଯୋଗୁଁ ଅଚଳ ଟ୍ରକ୍ ଗୁଡିକୁ ହଟାଇ ଯାତାୟାତ ସ୍ବାଭାବିକ କରିବା ପାଇଁ ଜୟପୁର ସଦର ଥାନା ପୁଲିସ ନାକେଦମ୍ ହୋଇପଡ଼ିଛି। ଜରୁରୀ କାର୍ଯ୍ୟରେ ଯାଉଥିବା ଯାତ୍ରୀଙ୍କ ସମେତ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଲୋକେ ମଧ୍ୟ ହଇରାଣ ହୋଇଥିଲେ। ତେବେ ଉକ୍ତ ଘାଟି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାରୁ ପୁଲିସ ପ୍ରଶାସନ ପକ୍ଷରୁ ବିକଳ୍ପ ମାର୍ଗରେ ଗାଡ଼ି ଚଳାଚଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨ ଚକିଆ ଓ ୪ ଚକିଆ ଯାନଗୁଡ଼ିକ ଦେଓଘାଟି, କୋଲାବ, ପେଟା ଜଙ୍କସନ ଓ କୋଟା ଜଙ୍କସନ ଦେଇ ଜୟପୁର ଯିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ବସ୍ ଓ ଟ୍ରକ୍ ଭଳି ଭାରୀ ଯାନଗୁଡ଼ିକ ସେମିଳିଗୁଡ଼ାରୁ ହାଣ୍ଡିପୁଟ ଓ କୋଟା ଜଙ୍କସନ ଦେଇ ଜୟପୁର ଅଭିମୁଖେ ଯାତାୟାତ କରିବାକୁ କୁହାଯାଇଛି। କୋରାପୁଟ-ଜୟପୁର ଘାଟି ରାସ୍ତାରେ ବାରମ୍ବାର ଯାନବାହନ ଅଚଳ ହେବା ଓ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିବା ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଘଟଣା ସ୍ଥଳରେ ଜୟପୁର ସଦର ଥାନା ପୁଲିସ କର୍ମଚାରୀ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ଚେଷ୍ଟା ଚଳାଇଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande