
ଜୟପୁର, ୦୯ ଅକ୍ଟୋବର (ହି.ସ.) - ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଓ ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚଳଚଂଚଳ ହୋଇଉଠିଛି କ୍ୟାମ୍ପସ। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଉଭୟ ଅନୁଷ୍ଠାନରେ ନାମାଙ୍କନପତ୍ର ଯାଂଚ ପରେ ମୋଟ ୫୩ ଜଣଙ୍କ ପ୍ରାôର୍ଥପତ୍ର ବୈଧ ଘୋଷିତ ହୋଇଛି। ଏଥିମଧ୍ୟରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୨୨ ଓ ମହିଳା ମହାବିଦ୍ୟାଳୟରେ ୩୧ ଜଣ ପ୍ରାର୍ଥୀ ରହିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାôର୍ଥପତ୍ର ପ୍ରତ୍ୟାହାର ହେବ। ଏହାପରେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦପଦବି ପାଇଁ ମୋଟ ୨୨ ଜଣଙ୍କ ନାମାଙ୍କନ ବୈଧ ଘୋଷିତ ହୋଇଛି। ସଭାପତି ପଦକୁ ନେଇ ଏଠାରେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି। ଏହି ପଦ ପାଇଁ ବିନୟ କୁମାର ମିଶ୍ର, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଋଷଭ ସାଗରିଆ ଓ ଶେଖ୍ ସାମଶେର ହୁସେନ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଉପସଭାପତି ପଦ ପାଇଁ ବସୁନ୍ଧରା ସିଂ, ବିଶ୍ୱରଞ୍ଜନ ବେନିଆ ଓ ଦିନେଶ ପାଣିଗ୍ରାହୀଙ୍କ ନାମାଙ୍କନ ବୈଧ ହୋଇଛି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ପି. ହୋମେଶ୍ୱରୀ, ଶ୍ରୀକାନ୍ତ ଚୌଧୁରୀ ଓ ଟି. ହେମନ୍ତ ମଇଦାନରେ ଅଛନ୍ତି। ସହକାରୀ ସାଧାରଣ ସମ୍ପାଦକ ପଦ ପାଇଁ ପର୍ଶୁରାମ ଗୋଲାରିଙ୍କ ପ୍ରାôର୍ଥପତ୍ର ବୈଧ ଘୋଷିତ ହୋଇଛି।
ବିଭିନ୍ନ ସଂଘ ଓ ପରିଷଦ ପଦବି ପାଇଁ ମଧ୍ୟ ପ୍ରାର୍ଥୀ ରହିଛନ୍ତି। ନାଟ୍ୟ ସଂଘ ସମ୍ପାଦକ ପଦ ପାଇଁ ପଲକ ପଟ୍ଟନାୟକ ଓ ଯୁବରାଜ ସିଂ ଏବଂ ସହକାରୀ ସମ୍ପାଦକ ପଦ ପାଇଁ ପ୍ରବୀଣ କୁମାର ବଣିଆ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କ୍ରୀଡ଼ା ସଂଘ ସମ୍ପାଦକ ପଦ ପାଇଁ ଆଶୁତୋଷ ମହାନ୍ତି ଓ ଶ୍ରୀକାନ୍ତ କୁମାର ଦେଓ ଏବଂ ସହକାରୀ ସମ୍ପାଦକ ପଦ ପାଇଁ ମହେନ୍ଦ୍ର ମାଶ୍ରା ରହିଛନ୍ତି।
ଡେ-ସ୍କଲାର୍ସ ସଂଘ ସମ୍ପାଦକ ପଦ ପାଇଁ ଶୁଭମ କୁମାର ନାୟକ, ବିଜ୍ଞାନ ସଂଘ ସମ୍ପାଦକ ପଦ ପାଇଁ ଅମ୍ବିକା ପିଲେଣ୍ଟି ଓ ପାୟଲ ସାମନ୍ତରାୟ ଏବଂ ବାଣିଜ୍ୟ ସଂଘ ସମ୍ପାଦକ ପଦ ପାଇଁ ପ୍ରଥମ ପୂଜାରୀଙ୍କ ପ୍ରାôର୍ଥପତ୍ର ବୈଧ ହୋଇଛି। ଗାର୍ଲ୍ସ କମନ୍ରୁମ୍ ସମ୍ପାଦିକା ପଦ ପାଇଁ ଲିସା ମହାପାତ୍ରଙ୍କ ନାମାଙ୍କନ ମଧ୍ୟ ବୈଧ ଘୋଷିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି