ବେଳପଡ଼ାରେ ପ୍ରଜ୍ଞାନ ମିଶନ୍ର ବ୍ଲକ୍ସ୍ତରୀୟ ଗୀତା ଶ୍ଳୋକ ଆବୃତି ପ୍ରତିଯୋଗିତା
ବଲାଙ୍ଗୀର, ୦୧ ନଭେମ୍ବର(ହି.ସ.) – ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍ଭଗବଦ୍ଗୀତାର ବାଣୀକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚାଇବା ସହ ସେମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକ ଉଚ୍ଚାରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଜ୍ଞାନ ମିଶନ୍ ପକ
ପ୍ରଜ୍ଞାନ ମିଶନ୍ ପକ୍ଷରୁ ବ୍ଲକ୍ସ୍ତରୀୟ ଶ୍ରୀମଦ୍ଭଗବଦ୍ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା


ପ୍ରଜ୍ଞାନ ମିଶନ୍ ପକ୍ଷରୁ ବ୍ଲକ୍ସ୍ତରୀୟ ଶ୍ରୀମଦ୍ଭଗବଦ୍ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା


ପ୍ରଜ୍ଞାନ ମିଶନ୍ ପକ୍ଷରୁ ବ୍ଲକ୍ସ୍ତରୀୟ ଶ୍ରୀମଦ୍ଭଗବଦ୍ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା


ପ୍ରଜ୍ଞାନ ମିଶନ୍ ପକ୍ଷରୁ ବ୍ଲକ୍ସ୍ତରୀୟ ଶ୍ରୀମଦ୍ଭଗବଦ୍ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା


ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ନବଚୟନିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ


ବଲାଙ୍ଗୀର, ୦୧ ନଭେମ୍ବର(ହି.ସ.) – ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍ଭଗବଦ୍ଗୀତାର ବାଣୀକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚାଇବା ସହ ସେମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକ ଉଚ୍ଚାରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଜ୍ଞାନ ମିଶନ୍ ପକ୍ଷରୁ ବେଳପଡ଼ାସ୍ଥିତ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍ସ୍ତରୀୟ ଶ୍ଳୋକ ଆବୃତି ପ୍ରତିଯୋଗିତା ରବିବାର ଆୟୋଜିତ ହୋଇଯାଇଛି।

ଏହି ଅବସରରେ ବେଳପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଅଭିନବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତାର ଉପଦେଶ ମନୁଷ୍ୟକୁ କର୍ତବ୍ୟନିଷ୍ଠ, ଶୃଙ୍ଖଳିତ ଓ ନୈତିକ ଜୀବନଯାପନ ପାଇଁ ପ୍ରେରଣା ଦେଇଥାଏ ବୋଲି ମତପ୍ରକାଶ କରିଥିଲେ। ସଂସ୍କୃତଭାରତୀ, ଉତ୍କଳ(ପଶ୍ଚିମପ୍ରାନ୍ତ)ର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ସଂସ୍କୃତ ଶିକ୍ଷକ ଶ୍ରୀ ଶେଷଦେବ ମିଶ୍ର ପ୍ରତିଯୋଗିତାର ସଂଯୋଜନା ଓ ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ।

ଏହି ମୂଲ୍ୟାୟନ କାର୍ଯ୍ୟରେ ନାରାୟଣ ଗଡ଼ତିଆ, ସତ୍ୟାନନ୍ଦ ମହାନ୍ତି, ଜନ୍ମେଜୟ ଖମାରୀ, ବୈକୁଣ୍ଠ ଧରୁଆ, ସୁନନ୍ଦା ମେହେର, ଚନ୍ଦ୍ରକାନ୍ତି କୁମୁରା, ରଶ୍ମିତା ସାହୁ, ଶରତ କୁମାର ଦାସ, ସଉକି ନନ୍ଦ ଓ ଆନନ୍ଦ ପ୍ରସାଦ ମୁକ୍ତିଆ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗ ରେ ଖୁସ୍ୱୁ ବାଗ୍ , ଅର୍ଚ୍ଚିତା ମେହେର ଓ ଭାରତୀ ମେହେର କନିଷ୍ଠ ବର୍ଗରେ ଭକ୍ତ ପ୍ରସାଦ ପାଣିଗ୍ରାହୀ , ଦୀପିକା ମେହେର ଓ ସାବିତ୍ରୀ ମେହେର, ଉପକନିଷ୍ଠ ବର୍ଗ ରେ ଛନ୍ଦିତା ମେହେର, ଇତିଶ୍ରୀ ବାଗ୍ ଓ ସମ୍ଭବ ସାଇ ଦାସ କ୍ରମାଗତ ଭାବରେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅର୍ଜନ କରି ନଭେମ୍ବର ୨୨ ତାରିଖରେ ଆୟୋଜିତ ହେବାକୁ ଥିବା ବଲାଙ୍ଗୀର ଜିଲ୍ଲାସ୍ତରୀୟ ଗୀତା ଶ୍ଳୋକ ଆବୃତି ପ୍ରତିଯୋଗିତାରେ ବେଳପଡ଼ା ବ୍ଲକ୍ର ପ୍ରତିନିଧିତ୍ୱ କରିବେ।

ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ଶ୍ଳୋକ ଆବୃତିର ଦକ୍ଷତା ବୃଦ୍ଧି କରିନଥିଲା, ବରଂ ସଂସ୍କୃତ ଭାଷାର ମାଧୁର୍ଯ୍ୟ, ଶୁଦ୍ଧ ଉଚ୍ଚାରଣ ଓ ଭାରତୀୟ ସାଂସ୍କୃତିକ ପରମ୍ପରା ପ୍ରତି ଆତ୍ମୀୟତା ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥିଲା। ଗୀତାର ନିଷ୍କାମ କର୍ମ, କର୍ତବ୍ୟପରାୟଣତା, ଆତ୍ମସଂଯମ ଓ ମାନବୀୟ ମୂଲ୍ୟବୋଧ ଭଳି ଆଦର୍ଶକୁ ଛାତ୍ରଜୀବନରେ ଅନୁସରଣ କରିବା ପାଇଁ ଏହା ଏକ ପ୍ରେରଣାଦାୟୀ ମଂଚ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande