
ଭଦ୍ରକ, ୧ ନଭେମ୍ବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତର ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୫ ୟୁନିଟ ରକ୍ତ ସଂଗୃହିତ ହୋଇଛି। ବାବା କ୍ଷେମେଶ୍ୱର ସ୍ୱେଛାସେବୀ ସଙ୍ଘଠନ ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିରକୁ ପାଂଚପଡ଼ା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ମିଶ୍ର ,ବନ୍ଧଗାଁ ସରପଂଚ ନିରୋଦ ଚନ୍ଦ୍ର ରାଉତ,ପୂର୍ବତନ ସମିତିସଭ୍ୟ ଚନ୍ଦ୍ରକାନ୍ତ ମହାପାତ୍ର, ସମାଜସେବୀ ରାଧାକାନ୍ତ ପଣ୍ଡା ଓ ପ୍ରଭାକର ସାମଲ ଉପସ୍ଥିତ ହୋଇ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ । ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ଲିଲିମା ସ୍ୱାଇଁ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ରତିକାନ୍ତ ବଳ, ଦେବେନ୍ଦ୍ର ବିଶ୍ୱାଳ, ଅରୁଣ ପରିଡା ଓ ବଳରାମ ପୁହାଣ ରକ୍ତ ସଂଗ୍ରହ ରେ ସାହାଯ୍ୟ କରିଥିଲେ। ସଙ୍ଗଠନର ସମ୍ପାଦକ ଗଣେଶ ମହାଳିକ,ସୁବାଷ ଚନ୍ଦ୍ର ବେହେରା,ଶ୍ୟାମ ସୁନ୍ଦର ପଣ୍ଡା,ମହେଶ ସାହୁ,ରବୀନ୍ଦ୍ର ନାୟକ,ଶଶିକାନ୍ତ ରାଉଳ,ସତ୍ୟପ୍ରକାଶ ବାରିକ,ସନ୍ତୋଷ ସାମଲ,ରଞ୍ଜନ ଦାସ,ଆଲୋକ କୁମାର ନାୟକ,କାର୍ତିକ ଦାସ,ବନମାଳୀ ନାୟକ,ରଶ୍ମିରଞ୍ଜନ ସେନାପତି ସହଯୋଗ କରିଥିବା ବେଳେ ସାମ୍ବାଦିକ ତପନ କୁମାର ପଣ୍ଡା ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ