ଭାସ୍କର୍ଯ୍ୟ କଳା ବିଭାଗ- ଆଲୋଚନା ଚକ୍ର ତଥା କର୍ମଶାଳା
ଜୟପୁର, ୧୨ ନଭେମ୍ବର(ହି.ସ.) – ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ଜୟପୁର ଠାରେ ଏକ ଆଲୋଚନଚକ୍ର ତଥା କର୍ମଶାଳା ‘ଭାସ୍କର୍ଯ୍ୟ କଳା ଉତ୍କୀର୍ଣ୍ଣ ଭାସ୍କର୍ଯ୍ୟ’ ବିଷୟବସ୍ତୁକୁ ନେଇ ସିମାଦ୍ରୀ ମହାରଣା କଳା ଭବନ ଠାରେ ଆରମ୍ଭ ହୋଇଅଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଯୁଧୀଷ୍ଠିର ମଲ୍ଲିକଙ୍
ଭାସ୍କର୍ଯ୍ୟ କଳା ବିଭାଗ- ଆଲୋଚନା ଚକ୍ର ତଥା କର୍ମଶାଳା


ଜୟପୁର, ୧୨ ନଭେମ୍ବର(ହି.ସ.) – ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ଜୟପୁର ଠାରେ ଏକ ଆଲୋଚନଚକ୍ର ତଥା କର୍ମଶାଳା ‘ଭାସ୍କର୍ଯ୍ୟ କଳା ଉତ୍କୀର୍ଣ୍ଣ ଭାସ୍କର୍ଯ୍ୟ’ ବିଷୟବସ୍ତୁକୁ ନେଇ ସିମାଦ୍ରୀ ମହାରଣା କଳା ଭବନ ଠାରେ ଆରମ୍ଭ ହୋଇଅଛି।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଯୁଧୀଷ୍ଠିର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରକ୍ତ କର୍ମଶାଳା ଆରମ୍ଭ ହୋଇଅଛି। ଜିଲ୍ଲା ସଂସ୍କୃତି ଅଧିକାରୀ, କୋରାପୁଟ ପ୍ରୀତିସୁଧା ଜେଳା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉକ୍ତ ଜର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଉକ୍ତ ଆଲୋଚନ ଚକ୍ରରେ ବିଶ୍ୱରଂଜନ କର, ଭାସ୍କର୍ଯ୍ୟ ଶିଳ୍ପୀ, ଭୁବନେଶ୍ୱର ଆଲୋଚକ ଭାବେ ଯୋଗ ଦେଇଛନ୍ତି।

ଏହି କର୍ମଶାଳା ଆଜି ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୫ ତାରିଖରେ ଶେଷ ହେବ। ରକ୍ତ କର୍ମଶାଳାରେ ଭାସ୍କର୍ଯ୍ୟ ଜଳା ବିଷୟରେ ବିଭିନ୍ନ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା ଯଥା-ମୂର୍ତୀ ନିର୍ମାଣ-ଫାଇବର୍ କାଷ୍ଟିଙ୍ଗ୍, ମ୍ୟରାଲ୍ କାଷ୍ଟିଙ୍ଗ୍ ବା ଭିତିଚିତ୍ର, ଟେରାକୋଟା ଇତ୍ୟାଦି। ରକ୍ତ କର୍ମଶାଳାରେ କଳା ବିଦ୍ୟାଳୟର ସମସ୍ତ ଅତିଥି ପ୍ରଶିକ୍ଷକ ଶ୍ରୀ ପଦ୍ମଚରଣ ଚୌଧୁରୀ, କ୍ରିଷ୍ଣା ପାଙ୍ଗୀ, ଶ୍ରୀ ତୀତାଶ ଦଳବେହେରା, ଶ୍ରୀ ରାହୁଲ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। କର୍ମଚାରୀ କେ. ସୁନିଲ କୁମାର ଓ ସୁରେନ୍ଦ୍ର ବାଘ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ପି. ଶ୍ରୀନିବାସ, ରାଜେନ୍ଦ୍ର ପଟ୍ଟନାୟକ, ଅସିତ ରଥ, ସୁରେଶ ନାୟକ, ଦିପକ ଦାସ ତଥା ଜୟପୁରର ବହୁ ବ୍ୟକ୍ତି ଯୋଗଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande