
କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- ମାର୍ଶାଘାଇ ବ୍ଲକ ଆୟତ୍ତପୁର ଗ୍ରାମର ଅଙ୍ଗନବାଡି କର୍ମୀ ଶୁଚିତ୍ରା ବରାଳଙ୍କୁ ଅତର୍କିତ ମାଡ଼ ମାରିବା ସହ ଜୀବନରୁ ମାରି ଦେବା ଘଟଣା ଏବେ ମାର୍ଶାଘାଇ ବ୍ଲକରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଥାଉକି, ବୁଧବାର ଆୟତ୍ତପୁର ସେଣ୍ଟରର ଅଙ୍ଗନବାଡି କର୍ମୀ ଶୁଚିତ୍ରା ବରାଳ ପିଲା ମାନଙ୍କୁ ପାଠ ପଢ଼ାଉଥିବା ସମୟରେ ଆୟତ୍ତପୁର ଗ୍ରାମର ଅସାମାଜିକ ଯୁବକ ଦିପୁଆ ହଠାତ ଅଙ୍ଗନବାଡି କେନ୍ଦ୍ରକୁ ବେଆଇନ ଭାବେ ପ୍ରବେଶ କରିବା ସହ ସୁଚିତ୍ରାଙ୍କୁ ମଦ୍ୟପାନ କରିବା ପାଇଁ ୫ଶହ ଟଙ୍କା ମାଗିଥିଲେ। ସୁଚିତ୍ରା ଏହି କଥାରେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା। ସୁଚିତ୍ରା ବଟି ନ ଦେବାରୁ ଦିପୁଆ ସୁଚିତ୍ରାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ସୁଚିତ୍ରାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲା। ନିଜର ଜୀବନ ବଞ୍ଚାଇବାକୁ ଯାଇ ସୁଚିତ୍ରା ଚିତ୍କାର କରିବାରୁ ଗ୍ରାମବାସୀ ରୁଣ୍ଡ ହୋଇ ପଡିବାରୁ ଦିପୁଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରେ ପୁଣି କ୍ରୋଧାନ୍ବିତ ହୋଇ ଦିପୁଆ ଗତକାଲି ବିଳମ୍ବିତ ରାତ୍ରୀରେ ସୁଚିତ୍ରାଙ୍କ ଘରର କବାଟ ଉପରକୁ ପଥର ମାଡ଼ କରିବା ସହ ସୁଚିତ୍ରାଙ୍କ ପରିବାର ସଦସ୍ୟ ମାନଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିଥିଲା। ନିଜ ଜୀବନ ଓ ପରିବାର ସୁରକ୍ଷା ପାଇଁ ସୁଚିତ୍ରା କୁଦାନଗରୀ ଥାନାରେ ଦିପୁଆଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ କୁଦାନଗରୀ ପୋଲିସ ନ୍ୟାୟ ଦେବାରେ ବିଫଳ ହୋଇଥିବା ସୁଚିତ୍ରା ଅଭିଯୋଗ କରିଛନ୍ତି। ଏହି ଘଟଣାଟି ଉଗ୍ରରୂପ ନେବା ସୁଚିତ୍ରା ନ୍ୟାୟ ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଷମା ମହାନ୍ତିଙ୍କୁ ଅବଗତ କରାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠେ, ବାରମ୍ବାର କୁଦାନଗରୀ ଥାନା ଅଂଚଳରେ ଚୋରି, ରାହାଜାନି, ହତ୍ୟା, ବଳତ୍କାର, ବାଲି ମାଫିଆଙ୍କ ଉତ୍ପାତ ଦେଖା ଦେଉଥିବା ବେଳେ ଥାନା ଅଧିକାରୀ ଶୀତତାପ କୋଠରୀରେ ନିଦ୍ରା ଯିବା ଘଟଣାକୁ ପ୍ରଶ୍ନ କରିଛନ୍ତି ମହିଳା ସୁରକ୍ଷା ସଚେତନତା ସଂଗଠନର ସଦସ୍ୟା ମୋନାଲିସା ପଟ୍ଟନାୟକ। ତେବେ ଅସହାୟ ଅଙ୍ଗନବାଡି କର୍ମୀ ସୁଚିତ୍ରାଙ୍କୁ ନ୍ୟାୟ ମିଳିବ କେବେ ତାହା ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / ରବି