
କେନ୍ଦୁଝର, 12 ନଭେମ୍ବର (ହି.ସ.)
ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ପାଳିବ ଧର୍ତ୍ତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତି ଗୌରବ ଦିବସ। ଏହି ଦିବସ ପାଳନ ଉପଲକ୍ଷେ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଜନଜାତି ଗୌରବ ଦିବସକୁ ସମଗ୍ର ଜିଲ୍ଲାରେ, ଜନଜାତି ସମାଜର ପୁର ପଲ୍ଲୀରେ ବ୍ୟାପକ ଭାବରେ ପାଳନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଜଙ୍ଗଲ,ପରିବେଶ ଓ ଜଳବାୟୁ ଶ୍ରୀଯୁକ୍ତ ଗଣେଶରାମ ସିଂ ଖୁଣ୍ଟିଆ ପ୍ରେସ ମିଟ ମାଧ୍ୟମରେ ଜଣାଇଲେ। ଏହି ସାମ୍ବାଦିକ ସମ୍ମିଳନୀ କୁ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ପ୍ରବୀର ରଞ୍ଜନ ନାୟକ ପରିଚଳନା କରିଥିବା ବେଳେ ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଡ଼ା. ଫକୀର ମୋହନ ନାଏକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ଏସ୍ ଡିସି ଚେୟାରମେନ ଶ୍ରୀମତୀ ମମିତା ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ
୧୪ ନଭେମ୍ବର ୨୦୨୬ ରେ ସମସ୍ତ ଜନଜାତୀୟ ସ୍ମାରକ ଏବଂ ସାର୍ବଜନୀନ ସ୍ଥାନରେ ସ୍ଥାପିତ ପ୍ରତିମାଗୁଡ଼ିକର
ସଫେଇ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଯିବ। ସେହି ଦିନ ସନ୍ଧ୍ୟାରେ ସମସ୍ତ ଜନଜାତୀୟ ସ୍ମାରକ ଓ
ସାର୍ବଜନୀନ ସ୍ଥାନରେ ଦୀପୋତ୍ସବ ଆୟୋଜନ କରାଯିବ। ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ୧୫ ନଭେମ୍ବର ୨୦୨୬ରେ ଜିଲ୍ଲାସ୍ତରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ଏବଂ ଜନଜାତୀ ବହୁଳ ମଣ୍ଡଳରେ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ଜନଜାତୀୟ ସ୍ବାଭିମାନ ସମ୍ମିଳନୀ, ମେଳା ଓ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ
ସମସ୍ତ ଜନଜାତୀବହୁଳ ମଣ୍ଡଳ ରେ ଜନଜାତୀୟ ସମାଜର ସାଂସ୍କୃତିକ ପରମ୍ପରା ଓ ଗୌରବମୟ ଇତିହାସକୁ
ପ୍ରଦର୍ଶିତ କରୁଥିବା ଶୋଭାଯାତ୍ରା, ଜନସଭା, ଜନଜାତୀୟ ଲୋକକଳା, ଲୋକନୃତ୍ୟ, ଲୋକଗୀତ, ସାହିତ୍ୟ ଓ
ପାରମ୍ପରିକ ଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତା ଓ
ସାଂସ୍କୃତିକ ମେଳା ଆୟୋଜନ କରାଯିବ । ଜନଜାତୀୟ ବିଭୂତିମାନଙ୍କୁ ସମ୍ବର୍ଦ୍ଧନା
ଗତ ୧୨ ବର୍ଷ ମଧ୍ୟରେ ପଦ୍ମ ପୁରସ୍କାରରେ ସମ୍ମାନିତ ସମସ୍ତ ଜନଜାତୀୟ ବ୍ୟକ୍ତିତ୍ବ, ‘ମନ୍ କି ବାତ୍'ରେ
ଉଲ୍ଲେଖ୍ତ ଜନଜାତୀୟ ଗୋଷ୍ଠୀ ଓ ସାମାଜିକ ନାୟକ, ସମାଜସେବୀ, ଜନଜାତୀୟ ନାୟକମାନଙ୍କ ପରିବାରବର୍ଗ,
ଜନଜାତୀୟ ସମାଜର ପ୍ରବୁଦ୍ଧ, ବିଶିଷ୍ଟ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵମାନଙ୍କୁ ସମ୍ବଦ୍ଧିତ କରାଯିବ ବୋଲି ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ପ୍ରବୀର ରଞ୍ଜନ ନାୟକ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA