ବହୁଦରଡା ଉଚ୍ଚ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ଓ ପରିପୋଷଣ ପ୍ରଦର୍ଶନୀ
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଆଜି ବହୁଦରଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୬-୨୭ ଆର୍ôଥକ ବର୍ଷର ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ପରିପୋଷଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ପ୍ରଧାନ, ବିଜ୍ଞାନ ମେଳାର ପର୍ଯ୍ୟବେକ୍ଷକ ତଥା ପଡ଼ୋଶୀ ବିଦ୍ୟାଳୟର ଅବସରପ
BAHUDARADA SCHOOL BAL BAIGYANIKA PRADARSANI


ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଆଜି ବହୁଦରଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୬-୨୭ ଆର୍ôଥକ ବର୍ଷର ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ପରିପୋଷଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ପ୍ରଧାନ, ବିଜ୍ଞାନ ମେଳାର ପର୍ଯ୍ୟବେକ୍ଷକ ତଥା ପଡ଼ୋଶୀ ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସୁଦାମ ଚରଣ ପାତ୍ରୀ, ସରପଂଚଙ୍କ ପ୍ରତିନିଧି ମାନସ ସାମଲ, ପରିଚାଳନା କମିଟିର ସଭାପତି ଯଶୋବନ୍ତ ପଣ୍ଡା, ଉପସଭାନେତ୍ରୀ ସାବିତ୍ରୀ ପାଣ୍ଡବ, ଯୁବ ସମାଜସେବୀ ଅଜୟ ମଲ୍ଲିକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଜ୍ଞାନଭିତିକ ପ୍ରକଳ୍ପ, ନୂତନ ଚିନ୍ତାଧାରା, ସୃଜନଶୀଳତା ଓ ପରିପୋଷଣ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଆଜିର ଶିଶୁ ହେଉଛନ୍ତି ଆସନ୍ତାକାଲିର ବୈଜ୍ଞାନିକ, ଗବେଷକ ଓ ଦେଶର ଭବିଷ୍ୟତ। ସେମାନଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନୁସନ୍ଧାନର ଆଗ୍ରହ ଓ ନୂତନ କିଛି କରିବାର ଉତ୍ସାହ ସୃଷ୍ଟି କରିବା ହିଁ ଏଭଳି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande