ଅନ୍ନକୂଟ ଭୋଗରେ ମହକିଲା ବାଗଡିହି, ଭଜନରେ ଝୁମିଲେ ଭକ୍ତ : ଗୋବର୍ଦ୍ଧନ ଓ କାଳୀ ପୂଜା ଅବସରରେ ମାରୱାଡ଼ି ସମାଜର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
Bhajan sandhya and bhog at Bagdehi
ଅନ୍ନକୂଟ ଭୋଗରେ ମହକିଲା ବାଗଡିହି, ଭଜନରେ ଝୁମିଲେ ଭକ୍ତ


ଝାରସୁଗୁଡ଼ା,୧୨ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବାଗଡିହିଠାରେ ମାରୱାଡ଼ି ସମାଜ ପକ୍ଷରୁ ଅନ୍ନକୂଟ, ଗୋବର୍ଦ୍ଧନ ପୂଜା ଓ କାଳୀ ପୂଜା ଅବସରରେ ଧାର୍ମିକ ଉତ୍ସବ ସହ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ବାଗଡିହିସ୍ଥିତ ଶ୍ରୀ ହନୁମାନ ମନ୍ଦିରରେ ପଣ୍ଡିତ ଅଜୟ କୁମାର ଶର୍ମା ଭକ୍ତମାନଙ୍କ ସହ ପୂଜାର୍ଚ୍ଚନା ଓ ଆଳତି କରିବା ସହ ଅନ୍ନକୂଟ ଭୋଗ ଅର୍ପଣ କରିଥିଲେ। ସେହିପରି ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପୂଜକ ନୀଳକଣ୍ଠ ଶର୍ମାଙ୍କ ଦ୍ୱାରା ପୂଜା ଓ ଆଳତି ସମ୍ପନ୍ନ ହେବା ସହ ଅନ୍ନକୂଟ ଭୋଗ ଲାଗି କରାଯାଇଥିଲା।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଥିଲା। ଏହାର ଅନ୍ୟତମ ଆକର୍ଷଣ ଥିଲା ଭଜନ ସନ୍ଧ୍ୟା। ଭଜନ ଗାୟକଙ୍କ ମଧୁର ସ୍ୱରରେ ପରିବେଷିତ ଭକ୍ତିମୟ ସଙ୍ଗୀତରେ ଉପସ୍ଥିତ ଭକ୍ତମାନେ ମନ୍ତ୍ରମୁଗ୍ଧ ହୋଇ ଆନନ୍ଦର ସହ ଝୁମି ଉଠିଥିଲେ।

ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆନନ୍ଦ ଟିବ୍ରେୱାଲ, ବିଜୟ ଟିବ୍ରେୱାଲ, ଅଶୋକ ଶର୍ମା, ଗୋପାଳ ରୁଙ୍ଗଟା, ପଙ୍କଜ ବାଧାନ, ବଜରଙ୍ଗ ରୁଙ୍ଗଟା, ମଦନ ଅଗ୍ରୱାଲ, ଆୟୁଷ ଶର୍ମା, ବବଲି ଟିବ୍ରେୱାଲ, ମୁକେଶ ଶର୍ମା, ଦିନେଶ ଅଗ୍ରୱାଲ, ପୀୟୁଷ ଶର୍ମା, ଆକାଶ ଗୋୟଲ, ଅଙ୍କିତ ଗୋୟଲ, ଅଂଶୁଲ ଅଗ୍ରୱାଲ, ପୀୟୁଷ ଗୋୟଲ, ଲଳିତ କୁମାର, ରତନ ବାଧାନ, ରାନୁ କୁମାର ଓ ବିଜୟ କୁମାରଙ୍କ ସମେତ ବହୁ ଭକ୍ତ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande