ବୋମା ଖଞ୍ଜୁଥିବା ବେଳେ ବାପ ପୁଅ ଗିରଫ
ଭାରତୀ ପାହାଡ ରେ ବୋମା ଖଞ୍ଜୁଥିବା ବେଳେ ବାପ ପୁଅ ଗିରଫ ଭୁବନ 12 ନଭେମ୍ବର (ହି.ସ.) ଭୁବନ ସହରର ଉତ୍ତର ଦିଗରେ ଥିବା ଭାରତୀ ପାହାଡ ରେ ଜନ୍ତୁ ଶିକାର ପାଇଁ ବୋମା ଖଞ୍ଜୁଥିବା ବେଳେ ବନ ବିଭାଗ ଦ୍ୱାରା ବାପ ପୁଅ ଗିରଫ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ଗୁରୁବାର ସକାଳ ୮ ଘଟିକା ସମୟ
ବାପ ପୁଅ ଗିରଫ


ଭାରତୀ ପାହାଡ ରେ ବୋମା ଖଞ୍ଜୁଥିବା ବେଳେ ବାପ ପୁଅ ଗିରଫ

ଭୁବନ 12 ନଭେମ୍ବର (ହି.ସ.) ଭୁବନ ସହରର ଉତ୍ତର ଦିଗରେ ଥିବା ଭାରତୀ ପାହାଡ ରେ ଜନ୍ତୁ ଶିକାର ପାଇଁ ବୋମା ଖଞ୍ଜୁଥିବା ବେଳେ ବନ ବିଭାଗ ଦ୍ୱାରା ବାପ ପୁଅ ଗିରଫ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ଗୁରୁବାର ସକାଳ ୮ ଘଟିକା ସମୟରେ କାର୍ତ୍ତିକ ଚମ୍ପିଆ ଙ୍କ ପୁଅ ନଖିଆ ଚମ୍ପିଆ ଓ ତାଙ୍କ ପୁଅ କହ୍ନେଇ ଚମ୍ପିଆ ଙ୍କୁ ଭୁବନ ବନ ବିଭାଗ ଗିରଫ କରିଥିଲା। ତାଙ୍କ ନିକଟରୁ ୧୭ ଟି ବେଟ ବମ ଉଦ୍ଧାର କରାଯାଇ କେଶ୍ ନଂ ୩୩ ବି /୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଛି । ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ ଙ୍କ ତତ୍ୱାବଧାନରେ ବନପାଳ ବିମଳ ବାର୍ଲା ,ଫରେଷ୍ଟ ଗାର୍ଡ ବେଣୁଧର ପ୍ରଧାନ ଓ ହାତୀ ସ୍କ୍ୱାର୍ଡ କର୍ମଚାରୀ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande