
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ବନ୍ତ ବ୍ଲକ ନିଳୋକ ପଚାଂୟତ ଦୋଳପଦୀ ଠାରେ ‘ଛଳନା ଯୁଇରେ ଜଳେ ସପନ’ ପାଣ୍ଡୁଲିପିର ପୂଜାର୍ଚ୍ଚନା ଉତ୍ସବ ବୁଧବାର ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ଶ୍ରୀ ଚନ୍ଦ୍ରେଶଖର ମହାଦେବଙ୍କ ମନ୍ଦିରରେ ଏହି ପୂଜାର୍ଚ୍ଚନା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନାଟ୍ୟକାର ଭାଗବତ ସାହୁ ଉପସ୍ଥିତ ରହି ନାଟକର ସଫଳତା କାମନା କରିବା ସହ ଦର୍ଶକଙ୍କ ଆଦୃତ ଲାଭ କରିବେ ବୋଲି ଆଶା ପ୍ରକଟ୍ଟ କରିଛନ୍ତି । ଚନ୍ଦ୍ର ଶେଖର ଯୁବ ନାଟ୍ୟ ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ସମ୍ପାଦକ ଅଶୋକ କୁମାର ଖୁଟିଂଆ, ନାରାୟଣ ଚନ୍ଦ୍ର ରାଉତ, ଶଶିକାନ୍ତ ମଲ୍ଲିକ, ସଞ୍ଜୟ ନାୟକ, ସୁଶାନ୍ତ ସାହୁ, ଅମିତ୍ ଖୁଟିଂଆ, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନାଟକରେ ବର୍ତମାନ ସମାଜରେ ସାମାଜିକ ବିଧି ବ୍ୟବସ୍ଥାକୁ ଚିତ୍ରଣ କରାଯାଇଛି । ଏଠି ନିଜର ଲୋକ ଛଳନା ଓ ବିଶ୍ୱାସ ଘାତକତା କରି ଅନ୍ୟ ମାନଙ୍କୁ କିପରି ଅସୁବିଧାରେ ପକାନ୍ତି ଏବଂ ପରିଶେଷରେ ସେମାନେ କିପରି ସମାଜ ଆଗରେ ଦଣ୍ଡିତ ହୁଅନ୍ତି ତାହା ଏଠାରେ ଚିତ୍ରଣ କରଯାଇଛି । ନାଟକଟି ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ମଂଚସ୍ଥ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ଥିରିକୃତ କରାଯାଇଛି । ନାଟକର ନିର୍ଦ୍ଦେଶନା ହେମନ୍ତ କୁମାର ଶଙ୍ଖୁଆ (ଚଳଚ୍ଚିତ୍ର) ଏବଂ ଗିତୀକାର ବଳରାମ ଜେନା ଗୀତ ରଚନା କରିଛନ୍ତି । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ