ରିମୁଳି ଅରଡେଇ ନଦୀ ବାଲି ଘାଟରେ ଚମ୍ପୁଆ ତହସିଲଦାରଙ୍କ ଚଢ଼ାଉ, ୫ ଟ୍ରାକ୍ଟର ଜବତ
ଚମ୍ପୁଆ, ୧୨ ନଭେମ୍ବର (ହି.ସ.) - ଚମ୍ପୁଆ ତହସିଲ୍ ଅନ୍ତର୍ଗତ ରିମୁଳି ଅରଡେଇ ନଦୀ ବାଲି ଘାଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଗୁରୁତର ସହ ନେଇ ଆଜି ଚମ୍ପୁଆ ତହସିଲଦାର ଉକ୍ତ ବାଲି ଘାଟ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ବିନା କୌଣସି
ଜବତ ଟ୍ରାକ୍ଟର


ଚମ୍ପୁଆ, ୧୨ ନଭେମ୍ବର (ହି.ସ.) - ଚମ୍ପୁଆ ତହସିଲ୍ ଅନ୍ତର୍ଗତ ରିମୁଳି ଅରଡେଇ ନଦୀ ବାଲି ଘାଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଗୁରୁତର ସହ ନେଇ ଆଜି ଚମ୍ପୁଆ ତହସିଲଦାର ଉକ୍ତ ବାଲି ଘାଟ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ବିନା କୌଣସି କାଗଜପତ୍ର ଓ ଟ୍ରାନଜିଟ୍ ପାସରେ ବାଲି ଚାଲାଣ କରୁଥିବା ୫ଟି ଟ୍ରାକ୍ଟରକୁ ଜବତ କରାଯାଇଥିବା ଜଣା ପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୫ ତାରିଖ ପରେ ବିଭିନ୍ନ ବାଲିଘାଟ ଗୁଡ଼ିକରୁ କଟକଣା ହଟିବା ପରେ ନଦୀରୁ ବାଲି ଉଠାଣ ଓ ପରିବହନ ଆରମ୍ଭ ହୋଇଛି। କିନ୍ତୁ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଅନୁମୋଦିତ ଘାଟ ବ୍ୟତୀତ ବିଭିନ୍ନ ବେଆଇନ ସ୍ଥାନରୁ ବାଲି ଉତୋଳନ କରାଯାଉଥିବା ଜଣାପଡ଼ିଛି। କୌଣସି ପ୍ରକାର ବୈଧ ଟ୍ରାନଜିଟ୍ ପାସ୍ କିମ୍ବା କାଗଜପତ୍ର ନ ଥାଇ ବାଲି ଚାଲାଣ ହେଉଥିବାରୁ ପ୍ରତିଦିନ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି। ବେଆଇନ ବାଲି ଚାଲାଣ ନେଇ ଅଭିଯୋଗ ପାଇବା ପରେ ଚମ୍ପୁଆ ତହସିଲଦାର ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଂଚିଥିଲେ। ଚଢ଼ାଉ ବେଳେ ବେଆଇନ ବାଲି ବୋଝେଇ ହୋଇ ଯାଉଥିବା ୫ଟି ଟ୍ରାକ୍ଟରକୁ କାବୁ କରାଯାଇ ଜବତ କରାଯାଇଛି। ପ୍ରଶାସନର ଏଭଳି କାର?୍ୟ୍ୟାନୁଷ୍ଠାନ ପରେ ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande