ନୂତନ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ମା’ ଦୁର୍ଗତିନାଶିନୀ ଚାରିଟେବୁଲ ଟ୍ରଷ୍ଟ
Charitable trust members meet new SP
ନୂତନ ଏସ୍ପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ମା’ ଦୁର୍ଗତିନାଶିନୀ ଚାରିଟେବୁଲ ଟ୍ରଷ୍ଟ


ନିଶା ନିବାରଣ ଓ ମହିଳା ସଶକ୍ତୀକରଣ କାର୍ଯ୍ୟରେ ଟ୍ରଷ୍ଟର ଭୂମିକାକୁ ପ୍ରଶଂସା

ଝାରସୁଗୁଡ଼ା, ୧୨ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (ଏସପି) ସୋନାଲି ସିଂ ପରମାରଙ୍କୁ ଶ୍ରୀପୁରାସ୍ଥିତ ମା’ ଦୁର୍ଗତିନାଶିନୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିନିଧିମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଏସପିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା।

ସାକ୍ଷାତ ସମୟରେ ଟ୍ରଷ୍ଟର ପ୍ରତିନିଧିମାନେ ଅନୁଷ୍ଠାନର ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କରେ ଏସପିଙ୍କୁ ଅବଗତ କରାଇଥିଲେ। ଏଥିମଧ୍ୟରେ ନିଶା ନିବାରଣ ଓ ଜନସଚେତନତା ସୃଷ୍ଟି, ଗରିବ, ନିରୀହ ତଥା ଅସହାୟ ମହିଳାଙ୍କୁ ସହାୟତା, ସ୍ୱାସ୍ଥ୍ୟସେବାରେ ସହଯୋଗ, ବୃକ୍ଷରୋପଣ ଏବଂ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଆଦି ରହିଛି।

ଟ୍ରଷ୍ଟର ମହିଳା ସଦସ୍ୟମାନଙ୍କ ସାମାଜିକ କାର୍ଯ୍ୟକୁ ଏସପି ପ୍ରଶଂସା କରିବା ସହ ଜିଲ୍ଲା ପୁଲିସ ସର୍ବଦା ନିଷ୍ଠାର ସହ ନିଜ ଦାୟିତ୍ୱ ନିର୍ବାହ କରିବ ବୋଲି ପ୍ରକାଶ କରିଥିଲେ।

ଏହି ସାକ୍ଷାତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାନେତ୍ରୀ ମିନତି ପାତ୍ରଙ୍କ ସମେତ ଯଜ୍ଞାସେନୀ ଭୋଇ, ନଳିନୀ ପଶାୟତ, ଶୈଳବାଳା ପାତ୍ର, ରଜନୀ ପ୍ରଧାନ ଓ ରତ୍ନାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande