ଢେପଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣିଗୃହ ଲୋକାର୍ପଣ
ଜୟପୁର, ୧୨ ନଭେମ୍ବର(ହି.ସ.) – ଜୟପୁର ସହର ସ୍ଥିତ ଢେପଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣି ଗୃହ ଆଜି ଲୋକାର୍ପଣ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଲୋକାର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରି କରୁଣା କର ଭୁଏଁ, ଗୋଷ୍ଠି ଶିକ୍ଷାଧିକାରି ଚନ୍
ଢେପଗୁଡା ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣିଗୃହ ଉଦଘାଟିତ


ଜୟପୁର, ୧୨ ନଭେମ୍ବର(ହି.ସ.) – ଜୟପୁର ସହର ସ୍ଥିତ ଢେପଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣି ଗୃହ ଆଜି ଲୋକାର୍ପଣ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଲୋକାର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରି କରୁଣା କର ଭୁଏଁ, ଗୋଷ୍ଠି ଶିକ୍ଷାଧିକାରି ଚନ୍ଦନ କୁମାର ନାୟକ, ପୌର ଉପାଧ୍ୟକ୍ଷ ବି ସୁନିତା, କାଉନସିଲର ଦେବେନ୍ଦ୍ର ଚୌଧୁରି, ଗୋଷ୍ଠି ଶିକ୍ଷାଧିକାରୀ କାର୍ଯ୍ୟାଳୟର ରଞ୍ଜିତ ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଙ୍କରି ଦଳପତି ପରିଚାଳନା କରିଥିଲେ। ଅତିରକ୍ତ ଶ୍ରେଣୀଗୃହ ଲୋକାର୍ପଣ ହେବାପରେ ବିଦ୍ୟାଳୟର ଛାତ୍ରୀ ଛାତ୍ରମାନେ ଉପକୃତ ହେବେ ବୋଲି ବିଧାୟକ ବାହୀନିପତି ସୂଚନା ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande