
ଝାରସୁଗୁଡ଼ା, ୧୨ ନଭେମ୍ବର (ହି.ସ.)- ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ନୂତନ କମିଟି ଗଠନ କରାଯାଇଛି। ନୂତନ କମିଟିରେ ରବି ରୋହିଦାସଙ୍କୁ ସଭାପତି ଏବଂ ସ୍ଵରୂପ କିଷାନଙ୍କୁ ସଂଗଠନ ସମ୍ପାଦକ ଭାବେ ମନୋନୀତ କରାଯାଇଛି।
ସେହିପରି ନନ୍ଦୁ ରୋହିଦାସ ଓ ବାପି ନାଏକଙ୍କୁ ଉପସଭାପତି, କରନ ସିଂ ନାଏକଙ୍କୁ ସାଧାରଣ ସମ୍ପାଦକ, ଚୁମକି ଉର୍ମାଙ୍କୁ ସମ୍ପାଦକ ଏବଂ ଗୌରବ ଶେମେଳିଆଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଏଲ୍.ଏନ୍. କଲେଜ ସଂଯୋଜିକା ଭାବେ ପ୍ରିୟଙ୍କା ମେହେରଙ୍କୁ ମନୋନୀତ କରାଯାଇଥିବା ବେଳେ ସନ୍ଧ୍ୟା ଧୁରୁଆ, ରାଜେଶ ମଲ୍ଲିକ ଓ ରାହୁଲ ସତନାମୀଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ସାମିଲ କରାଯାଇଛି। ଉପଦେଷ୍ଟା କମିଟିରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ସାମାଜିକ କର୍ମୀ ରନ୍ଧାକର ପ୍ରଧାନ ଓ ବିରଞ୍ଚି ସାହୁଙ୍କୁ ସ୍ଥାନ ଦିଆଯାଇଛି।
ପ୍ରକାଶ ଥାଉକି, ୨୦୧୯ ମସିହାରେ ଗଠିତ ଏହି ସଂଗଠନ ଗତ ସାତ ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିଆସୁଛି। ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟକୁ ଇଞ୍ଜିନିୟରିଂ କଲେଜରେ ରୂପାନ୍ତରଣ, ୧୯ ଖଣ୍ଡ ମୌଜା ଅଞ୍ଚଳରେ ସରକାରୀ ଡିଗ୍ରୀ କଲେଜ ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଆଦି ଦାବି ନେଇ ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା ଓ ଦାବିପତ୍ର ପ୍ରଦାନ କରିଆସିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ