ଯୁକ୍ତ ପେନସନ ପରିଚାଳନା ପୋର୍ଟାଲ୍ ଶୁଭାରମ୍ଭ ଏବଂ ମଧୁ ବାବୁ ପେନସନ ଯୋଜନା ଭତା ବଂଟନ
ଖୋର୍ଦ୍ଧା, ୧୨ ନଭେମ୍ବର (ହି.ସ.) - ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପୌର ପରିଷଦ ଟାଉନ୍ ହଲ୍ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁକ୍ତ ପେନସନ ପରିଚାଳ
Pension


ଖୋର୍ଦ୍ଧା, ୧୨ ନଭେମ୍ବର (ହି.ସ.) - ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପୌର ପରିଷଦ ଟାଉନ୍ ହଲ୍ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁକ୍ତ ପେନସନ ପରିଚାଳନା ପୋର୍ଟାଲ୍ ର ଶୁଭାରମ୍ଭ ଏବଂ ମଧୁବାବୁ ପେନସନ ଯୋଜନା ଭତା ବଂଟନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର?୍ୟ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଅତିଥି ଭାବେ ଆଇନ , ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ କହିଲେ ଯେଉଁ ପ୍ରତୀକ୍ଷା ନେଇ ବୃଦ୍ଧ ବୃଦ୍ଧା ଭତା ଯୋଜନାର ସରଳୀକରଣ ଏବଂ ଉନ୍ନତ ମାନର ଯୋଜନା ରୁପାନ୍ତରିକରଣ ଚାହୁଁଥିଲେ ତାହା ଆମ ସରକାର ଭତା ଯୋଜନାକୁ ଏକ ଅଭିନବ ଜନହିତକାରି ଯୋଜନା ରେ ପରିଣତ ଓ ପ୍ରଣୟନ କରି ଯୋଗ୍ୟ ହିତାଧକାରୀଙ୍କୁ କେହି ବାଦ କରି ପାରିବେ ନାହିଁ ବୋଲି ପ୍ରକାଶ କରି ସମସ୍ତ ଗଣ ମାଧ୍ୟମ, ତ୍ରିସ୍ତରୀୟ ପଂଚାୟତ ରାଜ ଅନୁଷ୍ଠାନ ପ୍ରତିନିଧି, ବୁଦ୍ଧିଜୀବୀ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି କହିଥିଲେ ରାଜ୍ୟ ସରକାର ଶପଥ ନେଲା ପରେ ଅନେକ ଯୋଜନା ପ୍ରଣୟନ କରିବାକୁ କହିଥିଲା ବେଳେ ପ୍ରମୁଖ ଅଗ୍ରଣୀ ଯୋଜନା ଯାହା ଧାନକ୍ରୟରେ ଚାଷୀଙ୍କୁ ଲାଭ ଦେବା, ସୁଭଦ୍ରା ଯୋଜନାରେ ମହିଳାଙ୍କ ଆର୍ôଥକ ମାନଦଣ୍ଡ ମଜବୁତ୍ କରିବା ଏବଂ ଭତା ଯୋଜନାକୁ ସରଳୀକରଣ ଓ ଯୁଗାନ୍ତକାରୀ ସମଗ୍ର ଦେଶରେ ୧ ନମ୍ବର କରିବା ଯାହା କଥା ଦେଇ କଥା ରଖିଲେ ଆମ ଲୋକଙ୍କ ସରକାର ବୋଲି ଉଲ୍ଲେଖ କରି ଏହା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଆଭିମୂଖ୍ୟକୁ ସାକାର କରିବ ବୋଲି ପ୍ରକାଶ କରିଥିଲେ କ୍ଷ ସଭାପତି ଭାଷଣରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ କହିଲେ ଖୋରଧା ଜିଲ୍ଲାରେ ୨୩,୪୮୦ ନୂତନ ହିତାଧି କାରିଙ୍କୁ ଏହି ଯୋଜନାରେ ଆଜି ଠାରୁ ସାମିଲ କରାଯାଇଛି, ଯୋଗ୍ୟ ବୃଦ୍ଧ ବୃଦ୍ଧା ମାନଙ୍କ ୬୦ ବର୍ଷ ହୋଇଗଲେ ସେମାନେ ପେନସନ ପୋର୍ଟାଲ୍ ରେ ଆବେଦନ କରି ଭତା ପାଇ ପାରିବେ ଏବଂ ୮୦ ବର୍ଷ ହେଲେ ବର୍ଦ୍ଧିତ ଭତା ମଧ୍ୟ ସ୍ୱୟଙ୍କ୍ତିୟ ଭାବେ ଆବେଦନ ରୁ ଅନୁମୋଦନ ପର୍ଯ୍ୟନ୍ତ ବିନା ଦ୍ୱିଧାରେ ସରଳୀକରଣ ମାଧ୍ୟମରେ ପାଇ ପାରିବେ ପ୍ରକାଶ କରିଥିଲେ । ସେ ଆହୁରି ସୂଚିତ କରିଥିଲେ ଯୋଜନାର ତୃଣ ମୂଳ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଅତିଥି ମନ୍ତ୍ରୀଙ୍କ କର କମଳରେ ଦୁଇଟି ସଚେତନତା ରଥର ଦୁଇଗୋଟି ସବ ଡିଭିଜନ ନିମନ୍ତେ ମଧ୍ୟ ଶୁଭାରମ୍ଭ କରାଯାଇଛି ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ କହିଲେ ଭତା ଯୋଜନା ରାଜ୍ୟ ସରକାରଙ୍କ ଯୁଗଉପଯୋଗି ସମୟ ଉପଯୋଗୀ ଯୋଜନା ଯାହା ଆମ ସମାଜକୁ ଆର୍ôଥକ ସମ୍ବୃଦ୍ଧି କରିବ ଓ ପରିବାରର ଆର୍ôଥକ ଅଭିବୃଦ୍ଧି ଆଣି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ରେ ଖୋର୍ଦ୍ଧା ଜିଲ୍ଲା ୧ ନମ୍ବର ହୋଇ ସମଗ୍ର ଦେଶରେ ନାମ ରଖିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଲେ ବାର୍ଦ୍ଧକ୍ୟ ଭତା ଯୋଜନା ସମାଜକୁ ନୂଆ ରାହା ଦେଖାଇବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ କହିଲେ ଭତା ଯୋଜନା ରେ ବୃଦ୍ଧବୃଦ୍ଧା ମାନେ ସରକାରଙ୍କ ମୁଖ୍ୟ ଉନ୍ନୟନ ସ୍ରୋତରେ ସାମିଲ ହୋଇ ସାମାଜିକ ଆର୍ôଥକ ମାନଦଣ୍ଡ ସୁଦୃଢ କରିବେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭତା ଯୋଜନା ସରଳି କରଣ ବୃଦ୍ଧ ବୃଦ୍ଧା ମାନଙ୍କ ମୁହଁରେ ସରକାର ହସ ଫୁଟାଇ ଜନ ପ୍ରତିନିଧି ମାନଙ୍କୁ ଆଶ୍ୱସ୍ତି ମିଳିଛି ବୋଲି ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇ ସମୃଦ୍ଧ ସମାଜ ପାଇଁ ଏହି ଯୋଜନା ଅତ୍ୟନ୍ତ ମହଟକାଙ୍କ୍ଷୀ ବୋଲି ବକ୍ତବ୍ୟ ରଖି ଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ୨୪ ଜଣ ବୃଦ୍ଧ ବୃଦ୍ଧା ଏବଂ ବିଧବା ହିତାଧିକାରୀଙ୍କୁ ବର୍ଦ୍ଧିତ ହାର ଭତା ଚେକ୍ (ଖୋର୍ଦ୍ଧା ପୌର ପରିଷଦ, ଖୋର୍ଦ୍ଧା ବ୍ଲକ୍, ବାଲୁଗାଁ ଏନ୍ ଏ ସି, ବାଲିଅନ୍ତା ବ୍ଲକ୍, ଜଟଣୀ ପୌର ପରିଷଦ,, ଚିଲିକା ବ୍ଲକ୍, ବେଗୁନିଆ ବ୍ଲକ୍,ବୋଲଗଡ଼ ବ୍ଲକ୍, ବାଣପୁର ବ୍ଲକ, ଜଟଣୀ ବ୍ଲକ୍ ଏବଂ ଟାଙ୍ଗୀ ବ୍ଲକ)ଙ୍କୁ ପ୍ରଦାନ କରିଥିଲେ । ସମାରୋହରେ ଓଡ଼ିଶା ଆଂଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଏବଂ ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ପରିବେଷଣ କରାଯାଇଥିଲା କ୍ଷ ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ୍ ଧନ୍ୟବାଦ ପ୍ରଦାନ କରିଥିଲେ । ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ପୌର ପରିଷଦ, ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ସମେତ ସମସ୍ତ ବ୍ଲକର ବି ଡି ଓ, ସ୍ୱାୟତ ଶାସନ ସଂସ୍ଥା ର ନିର୍ବାହୀ ଅଧିକାରୀ, ସରପଂଚ, ସମିତି ସଭ୍ୟ,ସଭ୍ୟା, ୱାର୍ଡ ମେମ୍ବର, କାଉନସିଲର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande