
କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ରାଷ୍ଟ୍ରବାଦୀ କବିତା ମହୋତ୍ସବ ୨୦୨୬ ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବ। ଏଥିପାଇଁ ଗୋପ ଶ୍ରୀ ରାମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କବି ବୃନ୍ଦାବନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଜୟ ରାଷ୍ଟ୍ର କବିତା ସମ୍ମାନ ପ୍ରଦାନ ଓ କବିତା ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ପ୍ରତିଭା ସମ୍ପନ୍ନ ଯୁବ କବି ମାନଙ୍କୁ ନେଇ ଜେନ୍ ଜୀ କବି ସମମିଳନୀ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅତିଥି ଚୟନ ଓ ଯୋଗାଯୋଗ, ନିମନ୍ତ୍ରିତ କବି ମାନଙ୍କୁ ଯୋଗାଯୋଗ ଓ ଉତ୍ସବ ପରିଚାଳନା ପାଇଁ ଉପ କମିଟି ମାନ ଗଠନ କରାଯାଇଛି।
ଆୟୋଜିତ ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ରବି ନାରାୟଣ ପତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଞ୍ଜନ କୁମାର ଶତପଥୀ, ବିରେନ୍ଦ୍ର ଦାସ, ରଶ୍ମି ରଞ୍ଜନ ସ୍ଵାଇଁ, ମଳୟ ସାହୁ, ନିରଞ୍ଜନ ରଣା, ନମିତା ଜେନା, ବିଦୁଲତା ପତି, ରୀନା ରାଣୀ ଦାସ, ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି