
ମାଲକାନଗିରି, ୧୨ ନଭେମ୍ବର (ହି.ସ.)- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଥିବା ତମାଖୁ ମୁକ୍ତ ଯୁବ ଅଭିଯାନ ୪. ୦ ଅଭିନଵ ପଦକ୍ଷେପ ଆଜି ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଅଛି l ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍ଖେଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲାର ବିଭିନ୍ନ ଶାଖାର ଅଧିକାରୀ ମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମାନସ ରଞ୍ଜନ ପଣ୍ଡା, ଡାକ୍ତର ଏମ୍.ଏମ୍ ଆବିଦ ହୁସେନ, ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ, ଡାକ୍ତର ମୌସୁମୀ ମିଶ୍ର, ଡାକ୍ତର ଦୁର୍ଗାପ୍ରସାଦ ରାଜ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଡ୍ରଗ ଇନିସ୍ପେକ୍ଟର ପ୍ରବୀଣ ଜାନି, ଡି.ଇ.ଓ, ଡି.ଡବ୍ଲ୍ୟୁ.ଓ ମ୍ୟୁନିସିପାଲିଟି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l
ଏହି କାର୍ଯ୍ୟକ୍ରମକୁ ଫଳପ୍ରଦ ଭାବରେ ଚଳାଇବା ପାଇଁ ସମସ୍ତ ବିଭାଗର ସମନ୍ୱୟ ସୃଷ୍ଟି କରି ଜନସାଧାରଣଙ୍କ ମଧ୍ୟରେ ତମାଖୁର କ୍ଷତି କାରକ ପ୍ରଭାବ ବିଷୟରେ ବିଶେଷ ସଚେତନତା ସୃଷ୍ଟି କରାଯିବ। ସେହିପରି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ସଫଳ କାର୍ଯ୍ୟାନୁଷ୍ଠାନ, କୋଟପା ଆଇନକୁ ଅନୁପାଳନ ସୁନିଶ୍ଚିତ କରିବା ସହିତ ଜିଲ୍ଲାରେ ତମାଖୁ ମୁକ୍ତ ଗ୍ରାମ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l
ଏହି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଭିଯାନକୁ ଶିବ ସୁନ୍ଦର ପାଣିଗ୍ରାହୀ ପରିଚାଳନା କରିଥିଲେ l ପରିଶେଷରେ ସମସ୍ତଙ୍କ ଉପସ୍ଥିତିରେ ତମାଖୁ ମୁକ୍ତ ପ୍ରତିଜ୍ଞା ନିଆଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ