
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଜଗତ ଜନନୀ,ପରମ ବୈଷ୍ଣବୀ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶ ର ପଂଚମ ଦିବସ ରେ ଧାରଣ କରିଛନ୍ତି ଜଗଦ୍ଧାତ୍ରୀ ବେଶ। ଏହି ଅଲୌକିକ ଅପୂର୍ବ ଜଗଦ୍ଧାତ୍ରୀ ରୂପରେ ପୀଠ ରେ ପୁଜା ପାଇଛନ୍ତି ମା ଭଦ୍ରକାଳୀ। ମା ଙ୍କ ର ଏହି ବେଶ କୁ ଦର୍ଶନ କରିବା ନିମନ୍ତେ ଭକ୍ତ ମାନଙ୍କ ର ଦିନ ତମାମ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁ ଭକ୍ତ ମାନେ ଧୂପ, ଦ୍ୱୀପ ନୈବେଦ୍ୟ ଅର୍ପଣ କରି ମାଙ୍କୁ ନିଜର ଗୁହାରି ଜଣାଇଛନ୍ତି। ଜଗଦ୍ଧାତ୍ରୀ ବେଶ ରେ ବାଘ ବାହନ ରେ ବିରାଜ ମାନ କରି ମା ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ ପୂର୍ବକ ଚତୁର୍ଦ୍ଧା ମୂର୍ତି ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି। ସମଗ୍ର ଜଗତ କୁ ଧାରଣ କରିଥିବାରୁ ସେ ହେଉଛନ୍ତି ଜଗଦ୍ଧାତ୍ରୀ। ସୃଷ୍ଟି ର ପ୍ରତ୍ୟେକ ସଜୀବ, ନିର୍ଜୀବ, ବସ୍ତୁ ପଦାର୍ଥ, ଅଣୁ ଓ ପରମାଣୁ ରେ ତାଙ୍କର ସତା ଅନୁଭୂତ ହୁଏ। ତାଙ୍କ ଇଚ୍ଛା ବିନା ଗଛ ରୁ ପତ୍ର ଟିଏ ହଲି ନ ଥାଏ। ଅଗ୍ନି, ଜଳ, ବାୟୁ, ପୃଥିବୀ, ଆକାଶ ସର୍ବତ୍ର ବିଦ୍ୟମାନ। ସେ ଆଦ୍ୟା ଶକ୍ତି ଜଗଦ୍ଧାତ୍ରୀ। ସପ୍ତ ମାତୃକା ବେଶ ର ଷଷ୍ଠ ଦିନରେ ମା ମହାସରସ୍ୱତୀ ବେଶ ଧାରଣ କରି ବାକୁ ଥିବା ବେଳେ ଶନି ବାର ମା ଙ୍କ ମହାଲକ୍ଷ୍ମୀ ବେଶ ସହିତ ମହାଯଜ୍ଞ ର ପୂର୍ଣ୍ଣାହୂତି ପର୍ବ ଅନୁଷ୍ଠିତ ହେବ। ପୀଠ ରେ ଭକ୍ତ ମାନଙ୍କ ଦାନ ରେ ଜଗତ କଲ୍ୟାଣ ନିମନ୍ତେ ମହାଯଜ୍ଞଅନୁଷ୍ଠିତ ହେଉଅଛି। ଆଜି ପଂଚମ ଦିନରେ ବେଦ ପାଠ, ଚଣ୍ଡୀ ପାଠ, ଭାଗବତ ପାଠ, ରୁଦ୍ରାଭିଷେକ ଓ ନାମ ସଂକୀର୍ତନ ଧୋନୀ ରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ପରିଲିଖିତ ହୋଇଛି। ପୀଠ ରେ ଶିବ ରତ୍ନ ମଣି ଓ ଦୁର୍ଲଭ ଗୋମତୀ ଚକ୍ର ଦର୍ଶନ ନିମନ୍ତେ ଭକ୍ତ ମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ମଧ୍ୟାହ୍ନ ରେ ମା ଙ୍କ ନିତି ପରେ ଭକ୍ତ ମାନଙ୍କୁ ମନ୍ଦିର ପ୍ରସାଶନ ତରଫରୁ ଅନ୍ନ ପ୍ରସାଦ ବଂଟନ କରାଯାଉଛି। ଆଜି ସାଂସ୍କୃତିକ ସନ୍ଧ୍ୟା ରେ ଭଜନ ଓ ନୃତ୍ୟ ପରିବେଷଣ କରଯାଇଛି। ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟ କ୍ରମ ଦେଖିବାକୁ ପୀଠ ରେ ଦର୍ଶକ ମାନଙ୍କ ଭିଡ଼ ଜମୁଛି। ଶନି ବାର ମହାଲକ୍ଷ୍ମୀ ବେଶ ଓ ପୂର୍ଣ୍ଣାହୂତି ରେ ପନ୍ଦର ହଜାର ଭକ୍ତ ନିମନ୍ତେ ପହୁଡ଼ ପ୍ରସାଦ ବ୍ୟବସ୍ଥା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
-------------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ