
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ବନ୍ତ ବ୍ଲକ ଧନିଓଝା ଗ୍ରାମର ସେବା ନିବୃତ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲଙ୍କୁ ରାଜ୍ୟସ୍ତରୀୟ ସର୍ବୋତମ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀମହଲ ଠାରେ କଳିଙ୍ଗ ସେନାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ସେନା ସୁପ୍ରିମୋ ହେମନ୍ତ ରଥ ଉପସ୍ଥିତ ରହି ଓଡିଶାର ସ୍ୱାର୍ଥ, ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ ସେନା ସର୍ବଦା କାର୍ଯ୍ୟ କରୁଥିବା ବକ୍ତବ୍ୟରେ କହିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ପରିଚାଳନାରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହିଅବସରରେ ଶିକ୍ଷାବିତ୍, ଲେଖକ ଓ ସୁସଂଗଠକ ତଥା ପୂର୍ବତନ ଶିକ୍ଷକ ସଂଘ ନେତା ଶ୍ରୀ ସାମଲଙ୍କୁ ସେନା ସୁପ୍ରିମୋ ଶ୍ରୀ ରଥ ଉତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ସପ୍ରଦାନ ପୂର୍ବକ ସର୍ବୋଚ୍ଚ ଶିକ୍ଷା ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ମିଳିବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛା ଜଣା ଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ