
ଘଟଗାଁ , ୧୨ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ଏକ ଧାନକଟା ହାର୍ଭେଷ୍ଟର ମେସିନ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ରେ ଓଲଟି ପଡ଼ିଛି। ତେବେ ଏହି ଘଟଣାରେ ଚାଳକ ଅଳ୍ପକେ ରକ୍ଷା ପାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ହାର୍ଭେଷ୍ଟର ମେସିନ୍ଟି ଚାଷଜମିକୁ ଧାନ କାଟିବା ପାଇଁ ଯାଉଥିବା ସମୟରେ ସାମ୍ନା ପଟୁ ଏକ ଟ୍ରାକ୍ଟର ଆସୁଥିଲା। ଏହି ସମୟରେ ଉଭୟ ଯାନ ମଧ୍ୟରେ ରାସ୍ତାରେ ସମସ୍ୟା ଉପୁଜିବାରୁ ହାର୍ଭେଷ୍ଟର ଚାଳକ ନିୟନ୍ତ୍ରଣ ହରାଇଥିବା ଜଣାପଡ଼ିଛି। ଫଳରେ ମେସିନ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଚାଳକଙ୍କ ସମେତ ଅନ୍ୟ କାହାର କୌଣସି ଗୁରୁତର କ୍ଷତି ହୋଇନାହିଁ। ତେବେ ମେସିନ୍ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରାକ୍ଟର ଚାଳକଙ୍କ ଅସାବଧାନତା ଏହି ଦୁର୍ଘଟଣାର କାରଣ ବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ