ବୁଲେଟ ଧକ୍କାରେ ଚାଲିଗଲା ଯୁବ ମେକାନିକ୍ ଜୀବନ : ମଙ୍ଗରାଜପୁର ପଂଚାୟତରେ ଶୋକ
ଧର୍ମଶାଳା,୧୨ନଭେମ୍ବର(ହି.ସ.) - ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଓରାଳି ନିକଟରେ ସନ୍ଧ୍ୟା ସମୟରେ ମର୍ମନ୍ତୁଦ ଦୃର୍ଘଟଣା । ବାଇକକୁ ଧୃତ ଗତିରେ ଆସି ଧକ୍କା ଦେଲା ବୁଲେଟ । ଫଳରେ ବାଇକରେ ଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଲେଟ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ
ବୁଲେଟ ଧକ୍କାରେ ଚାଲିଗଲା ଯୁବ ମେକାନିକ୍ ଜୀବନ : ମଙ୍ଗରାଜପୁର ପଂଚାୟତରେ ଶୋକ


ଧର୍ମଶାଳା,୧୨ନଭେମ୍ବର(ହି.ସ.) - ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଓରାଳି ନିକଟରେ ସନ୍ଧ୍ୟା ସମୟରେ ମର୍ମନ୍ତୁଦ ଦୃର୍ଘଟଣା । ବାଇକକୁ ଧୃତ ଗତିରେ ଆସି ଧକ୍କା ଦେଲା ବୁଲେଟ । ଫଳରେ ବାଇକରେ ଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଲେଟ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତସ୍ଥ ଲଙ୍କାବାଲି ଗ୍ରାମର ସ୍ୱର୍ଗତ ଦୁଃଶାସନ ସାହୁଙ୍କ ପୁଅ ଉଦୟନାଥ ସାହୁ(୪୧) ବୋଲି ଜଣାପଡିଛି । ବୁଲେଟ ଚାଳକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଖଣ୍ଡିତର ଗ୍ରାମର ଜିତ୍ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି । କୁଆଖିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପଂହଚି ଦୃର୍ଘଟଣାଗସ୍ତ ବାଇକ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଉଦୟ ଆଜି ପୂର୍ବାହ୍ନରେ ନିଜ ବାଇକରେ ପାଣିକୋଇଲି ଅଂଚଳକୁ ଡିସ ଆଂଟିନା ଲାଗାଇ ଘରକୁ ଫେରୁଥିଲେ । ୧୬ ନଂ ଜାତୀୟ ରାଜପଥ ସର୍ଭିସ ରୋଡରେ ଆସୁଥିବା ବେଳେ କୁଆଖିଆ ପଟୁ ରଙ୍ଗ ରୁଟରେ ଜିତ ଦୃତ ଗତିରେ ବୁଲେଟରେ ଯାଉଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା । ସ୍ୱର୍ଗତ ଉଦୟ ମେକାନିକଭାବେ ବ୍ରହ୍ମବରଦା ଅଂଚଳରେ ବେଶ ପରିଚିତ ଥିଲେ । ତାଙ୍କର ବିୟୋଗର ଖବର ପ୍ରଚାରିତ ବେହା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande